Alert : Javascript is disabled. To View this Website, Please Enable Your Browser's Javascript...

ଜିଏଏପି (ଅନୁଶାସନ ନୀତି ଏବଂ ଉତ୍ତର ଦାୟିତ୍ଵ କାର୍ଯକାରିଣୀ ଯୋଜନା)

You are here

ଜିଏଏପି (ଅନୁଶାସନ ନୀତି ଏବଂ ଉତ୍ତର ଦାୟିତ୍ଵ କାର୍ଯକାରିଣୀ ଯୋଜନା )
ଭାରତ: ଓଡିଶା ରାଜ୍ୟ ସଡକ ପ୍ରକଳ୍ପଭାରତ: ଓଡିଶା ରାଜ୍ୟ ସଡକ ପ୍ରକଳ୍ପ

  1. ସଡକ କ୍ଷେତ୍ରରେ ଦୁର୍ନୀତି ସଂଘଟିତ ହେବାର ଆଶଙ୍କାକୁ କମାଇବା ଏବଂ ପାରଦର୍ଶିତା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଏବଂ ବିଶ୍ଵ ବ୍ୟାଙ୍କ ଦ୍ଵାରା ସ୍ବୀକୃତ ପ୍ରସଙ୍ଗ ଗୁଡିକୁ ନେଇ ପ୍ରସ୍ତାବିତ ଅନୁଶାସନ ନୀତି ଏବଂ ଉତ୍ତର ଦାୟିତ୍ଵ କାର୍ଯକାରିଣୀ ଯୋଜନା ପ୍ରସ୍ତୁତ ହୋଇଛି । ଅନୁଶାସନ ନୀତି ଏବଂ ଉତ୍ତର ଦାୟିତ୍ଵ କାର୍ଯକାରିଣୀ ଯୋଜନା (Governance & Accountability Action Plan) ସଂକ୍ଷେପରେ ଜିଏଏପି (GAAP) ର ପ୍ରସ୍ତୁତି ଓଡିଶାର ରାଜ୍ୟ ସ୍ତରୀୟ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମ (2005ରେ ଗୃହୀତ ) ଏବଂ ଭାରତ ସରକାରଙ୍କ 2005 ସୂଚନା ଅଧିକାର ଅଧିନିୟମ ଉପରେ ଆଧାରିତ ଏବଂ ବ୍ୟାଙ୍କର ଆର୍ଥିକ ସହାୟତାରେ ଭାରତରେ ହେଉଥିବା ସଡକ ନିର୍ମାଣ ପ୍ରକଳ୍ପ ରୁ ମିଳିଥିବା ଶିକ୍ଷା ସମ୍ମିଳିତ ।
  2. ଓଡିଶା ଦୁର୍ନୀତି ବିରୋଧୀ କାର୍ଯ୍ୟ।ନୁଷ୍ଠାନ ଯୋଜନା ହେଉଛି , ଭାରତର ପ୍ରଥମ ସୁସ୍ପଷ୍ଟ ବିସ୍ତୃତ ମଧ୍ୟବର୍ତ୍ତିକାଳୀନ ଯୋଜନା , ଯାହାର ଲକ୍ଷ୍ୟ ହେଉଛି ଆନୁଷ୍ଠାନିକ ପାରଦର୍ଶିତା ଓ ଉତ୍ତରଦାୟିତ୍ଵର ଉନ୍ନତିକରଣ । ଏହି କାର୍ଯ୍ୟକାରିଣୀ ଯୋଜନା ତିନୋଟି ମୁଖ୍ୟ ଶ୍ରେଣୀୟ ଅନୁଶାସନ ସଂସ୍କାରରେ ବିଭାଜିତ ।
    1. ଦୁର୍ନୀତି ନିବାରଣ ପାଇଁ ଏବଂ ପାରଦର୍ଶିତା ଓ ଉତ୍ତରଦାୟିତ୍ଵ ବୃଦ୍ଧି ନିମନ୍ତେ ପ୍ରକ୍ରିୟା ଓ ପଦ୍ଧତିର ବିକାଶ , ଆହରଣ(Procurement) ପ୍ରକ୍ରିୟାରେ ସଂସ୍କାର , ଦୁର୍ନୀତି ପ୍ରବଣ ବ୍ୟବସାୟ ପ୍ରକ୍ରିୟାର ପୁନଃ ସଂଗଠନ ଏବଂ ସେବା ପ୍ରଦାନକାରୀ ଅନୁଷ୍ଠାନମାନଙ୍କର ବିକାଶ ।
    2. ପ୍ରବର୍ତ୍ତନକ୍ଷମ କାର୍ଯ୍ୟ ଦ୍ଵାରା ଦୁର୍ନୀତିକୁ ନିରୂତ୍ସାହିତ କରିବା , ଅନ୍ତରୀଣ ଦୁର୍ନୀତି ନିବାରଣ କେନ୍ଦ୍ର ଏବଂ ନୂତନ ସ୍ଵତନ୍ତ୍ର କାର୍ଯ୍ୟ।ଳୟମାନ ପ୍ରତିଷ୍ଠା କରି ଦୁର୍ନୀତିମୂଳକ ଅପରାଧଗୁଡିକର ବିଚାର ପ୍ରକ୍ରିୟାରେ ରାଜ୍ୟସ୍ତରୀୟ ବିଭାଗ ଗୁଡିକ ଅନ୍ତର୍ଭୁକ୍ତ କରିବା । ; 
    3. ନିବାରଣ ଏବଂ ପ୍ରବର୍ତ୍ତନ ଗତିବିଧି ସହ ସାମାଜିକ ଗୋଷ୍ଠୀକୁ ସେମାନଙ୍କର ସେବା ବିତରଣ ଅଧିକାର ସମ୍ବନ୍ଧରେ ସୂଚନା ଦେବା ନିମନ୍ତେ ନାଗରିକର "ସ୍ଵର" ଏବଂ ଜନସାଧାରଣଙ୍କ ସଚେତନା ଆବଶ୍ୟକ । ସୂଚନା ଅଧିକାର ଅଧିନିୟମ (RTI Act )ର କାର୍ଯ୍ୟ।ନୁଷ୍ଠାନକୁ ସହଜ କରିବା ପାଇଁ ଉତ୍ତମ ତଥ୍ୟ ପରିଚାଳନା ପଦ୍ଧତି ଏହି ଅନୁଯୋଜନାର ଅନ୍ତର୍ଭୁକ୍ତ ଅଟେ । ଏହା ଆଶା କରାଯାଉଛି ଯେ , ଓଡିଶାର ଦୁର୍ନୀତି ନିବାରଣ ଅନୁଯୋଜନା ଓଡିଶା ପୂର୍ତ୍ତ ବିଭାଗ ସମେତ ଚାରିଗୋଟି ସରକାରୀ ବିଭାଗରେ ପ୍ରଚଳିତ ହେବ ।
  3. .ସୂଚନା ଅଧିକାର ଅଧିନିୟମ, 2005 ମସିହାରେ ଭାରତ ସରକାର ସୂଚନା ଅଧିକାର ଅଧିନିୟମକୁ ଅନୁମୋଦନ କଲା ଏବଂ ଏହି ଅଧିନିୟମ ତା. 12.10.2005ରିଖ ଠାରୁ ଭାରତରେ କାର୍ଯ୍ୟକାରୀ ହେଲା । ଯେଉଁଠାରେ ଜନ ସ୍ଵାର୍ଥ ଅଛି, ସେଠାରେ ଅଧିନିୟମ ସୂଚନା ପ୍ରକଟନ ପାଇଁ ଏବଂ ବ୍ୟାପକ ପ୍ରବେଶ ସୁବିଧା ପାଇଁ ଜନାଦେଶ ହୋଇଛି । ସମସ୍ତ ସାଧାରଣ ସଂସ୍ଥା ପାଇଁ ଏହି ଅଧିନିୟମର ଅନୁପାଳନ ଆବଶ୍ୟକ ଅଟେ । ଅଧିକାର ର ପ୍ରଚାଳନ, କରାଯାଇଥିବା ସ୍ଵତଃ ପ୍ରକଟନ ଏବଂ ପ୍ରତ୍ୟେକ ସରକାରୀ ବିଭାଗ ପାଇଁ ଏକ ପ୍ରକଟନ ନୀତିକୁ ଉନ୍ନୟନ କରିବା , ନଥି ଓ ଦସ୍ତାବିଜକୁ ପରିଚାଳନା କରିବା ପାଇଁ ସ୍ଵୟଂକ୍ରିୟ ପଦ୍ଧତି ଏବଂ ସୂଚନା ସଂରକ୍ଷଣକୁ ଉନ୍ନତ କରିବା ପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କର ନିଯୁକ୍ତି , ନାଗରିକଙ୍କୁ ସଚେତନ କରାଇବା ନିମିତ୍ତ କାର୍ଯ୍ୟକ୍ରମ ଏବଂ ବାର୍ଷିକ ପ୍ରଗତି ବିବରଣୀ ଆବଶ୍ୟକ । ସୂଚନା ଅଧିକାର ଅଧିନିୟମର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ ହେଉଥିବା ଓଡିଶା ରାଜ୍ୟ ସୂଚନା ଅଧିକାର ପ୍ରଖ୍ୟାପନ କରିଛି ଏବଂ ସୂଚନା ଅଧିକାର ପ୍ରକରଣ ପୁସ୍ତିକା ( ପ୍ରଥମେ ଉତ୍ତରାଞ୍ଚଳ ରାଜ୍ୟରେ ପ୍ରଚଳନ ହୋଇଥିଲା) ଗୃହୀତ ହୋଇଛି । ଓଡିଶା ରାଜ୍ୟ ସୂଚନା ଅଧିକାର ନିୟମ ଓ ପ୍ରକରଣ ପୁସ୍ତିକା ତଥା ରାଜ୍ୟ ସରକାର ଙ୍କର ବିଭିନ୍ନ ବିଭାଗର ସୂଚନା ରାଜ୍ୟ ର ସୂଚନା ଅଧିକାର ୱେବସାଇଟ :http://orissagov.nic.in/rti. ରେ ଉପଲବ୍ଧ । : 
  4. ଜିଏଏପି (ଶାସନରୀତି ଏବଂ ଦାୟିତ୍ଵଧୀନତା କାର୍ଯ୍ୟ।ନୁଷ୍ଠାନ ଯୋଜନା ) ର ପ୍ରଧାନ ଲକ୍ଷଣମାନ :--
    ଉପରୋକ୍ତ ଦୁଇ ସମର୍ଥକାରି ପରିବେଶକୁ ନେଇ , ଦୁର୍ନୀତିର ସମ୍ଭାବନାକୁ କମେଇବା ଉଦ୍ଦେଶ୍ୟରେ ପାରଦର୍ଶିତା ଏବଂ ବିଭାଗୀୟ ଉତ୍ତରଦାୟିତ୍ଵକୁ ବୃଦ୍ଧି କରିବା ପାଇଁ ଅନୁଶାସନ ନୀତି ଏବଂ ଉତ୍ତର ଦାୟିତ୍ଵ କାର୍ଯକାରିଣୀ ଯୋଜନା (GAAP) ପ୍ରସ୍ତୁତ କରାଯାଇଛି ଏବଂ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଏହି ଯୋଜନା ଅନୁଯାୟୀ କାର୍ଯ୍ୟକାରୀ ହେଉଅଛି । ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ମାଧ୍ୟମରେ ଓଡିଶା ସରକାରଙ୍କ ଦ୍ଵାରା ସୂଚନା ଅଧିକାର ବ୍ୟବସ୍ଥାର ଅନୁପାଳନ ଏବଂ ରାଜ୍ୟ ଦୁର୍ନୀତି ନିବାରଣ କାର୍ଯ୍ୟକାରିଣୀ ଯୋଜନାର କାର୍ଯ୍ୟ।ନ୍ଵିତ ନିମନ୍ତେ ପ୍ରକଳ୍ପ ସମ୍ବନ୍ଧୀୟ ଭିତ୍ତିଭୂମି (ଉଭୟ ଆର୍ଥିକ ଏବଂ ବିଶେଷଜ୍ଞ ସହାୟତା) ଉପଲବ୍ଧ କରାଇବା ଏହାର ଉଦ୍ଧେଶ୍ୟ ଅଟେ ; କାରଣ ଅପ୍ରଚୁର ସାଧନ ଏହି ମହତ୍ଵପୂର୍ଣ୍ଣ ସୂତ୍ରପାତକୁ କାର୍ଯ୍ୟ।ନ୍ଵିତ କରିବା ଦିଗରେ ବିଘ୍ନ ଓ ବିଳମ୍ବ ସୃଷ୍ଟି କରିପାରେ । ତଦାନୁସାରେ ପୂର୍ତ୍ତ ବିଭାଗ ତଥା ଓଡିଶା ଦୁର୍ନୀତି ନିବାରଣ ନିୟମ ଏବଂ ସୂଚନା ଅଧିକାର ର କାର୍ଯ୍ୟକାରିଣୀ ସହ ସମ୍ବନ୍ଧିତ ବିଭିନ୍ନ ଅଧିକାରୀ ମାନଙ୍କ ସହ ଅନେକ ଆଲୋଚନା ଏବଂ ପର୍ଯାଲୋଚନା ପରେ ଅନୁଶାସନ ନୀତି ଏବଂ ଉତ୍ତର ଦାୟିତ୍ଵ କାର୍ଯକାରିଣୀ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ପ୍ରାରମ୍ଭିକ ଭାବରେ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ କାର୍ଯ୍ୟ।ନ୍ୱୟନ ଉପରେ କେନ୍ଦ୍ରୀଭୂତ ହୋଇଛି । କିନ୍ତୁ ପରେ ଏହା ସମଗ୍ର ବିଭାଗକୁ ଜଡିତ କରିବାର ଉଦ୍ଦେଶ୍ୟ ରଖିଛି ଏବଂ ଥରେ ଏହାର ସାମର୍ଥ୍ୟ ପ୍ରତିପାଦନ କରି ସାରିବା ପରେ ଆଗେଇ ଯିବାର ଲକ୍ଷ୍ୟ ରଖିଛି ।

    ଜିଏଏପି (ଅନୁଶାସନ ନୀତି ଏବଂ ଉତ୍ତର ଦାୟିତ୍ଵ କାର୍ଯକାରିଣୀ ଯୋଜନା) ର ପ୍ରଧାନ ଲକ୍ଷଣମାନ :-

  5. ଦୁର୍ନୀତି ହ୍ରାସର ସମ୍ଭାବନା , ଉତ୍ତର ଦାୟିତ୍ଵ ଏବଂ ପାରଦର୍ଶିତା ବୃଦ୍ଧିର ସାମର୍ଥ୍ୟ , ଏହି ଅଧିକାରର ପୂର୍ଣ୍ଣ ଅନୁପାଳନ ଉପରେ ନିର୍ଭର କରୁଛି । ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ପାଇଁ , ସୂଚନା ଅଧିକାର ଅନୁପାଳନ ନିମନ୍ତେ ନିମ୍ନୋକ୍ତ ବିବିଧ କାର୍ଯ୍ୟକଳାପ ଆବଶ୍ୟକ.

 

  1. ପ୍ରଥମତଃ, ସୂଚନା, ଅନ୍ତରୀଣ ରିପୋର୍ଟର ପୁନଃଅବଲୋକନ, ସୂଚନା ସୁରକ୍ଷା , ସମୀକ୍ଷା ରିପୋର୍ଟ, ଆହରଣ ପ୍ରତିଷ୍ଠା ସମ୍ବନ୍ଧିତ ପ୍ରାସଙ୍ଗିକ ସୂଚନା ବିଷୟକୁ ନେଇ ଓଡିଶା ପୁତ୍ତ ବିଭାଗ ଏକ ପରିପ୍ରକାଶ ନୀତି ପ୍ରଥମେ ପ୍ରସ୍ତୁତ କରିବା ଆବଶ୍ୟକ । (ପରିଶିଷ୍ଟ 1 ରୁ 6କ ପ୍ରସ୍ତାବିତ ପରିପ୍ରକାଶ ନୀତି ଓ ଲକ୍ଷର ବ୍ୟବସ୍ଥା ରହିଛି ) । ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଆଶା ରଖୁଛି ଯେ , ସୂଚନା ପ୍ରାପ୍ତି ନିମନ୍ତେ ଦାବି ପୂରଣ ସହ ସ୍ଵେଚ୍ଛାକୃତ ଭାବେ ସୂଚନା ଅଧିକାର ଅଧିନିୟମର ଧାରା – 4 (ଆଇନ ପ୍ରାସଙ୍ଗିକ ସାରବ । ନିମନ୍ତେ ପରିଶିଷ୍ଟ 2କ ଦ୍ରଷ୍ଟବ୍ୟ)ର ପ୍ରୟୋଜନ ପୂରଣ କରିବ ।
  2. ଦ୍ଵିତୀୟତଃ , ସ୍ଵେଚ୍ଛାକୃତ ପରିପ୍ରକାଶ ଓ ସୂଚନା ପ୍ରାପ୍ତି ପାଇଁ ଦାବି, ଉଭୟର କାର୍ଯ୍ୟକାରିତା ପାଇଁ ଏକ କାର୍ଯ୍ୟ ଓ ପାଳନବିଧିର ବିଭାଗ ଓଡିଶା ପୂର୍ତ୍ତବିଭାଗର କାମ୍ୟ । ଆଶା କରା ଯାଏ ଯେ , ଯଦି ସତ ପରିପ୍ରକାଶ ନୀତିର ପୂର୍ଣ୍ଣ ବିକାଶ ଘଟିଲେ , ଦାବି ଜନିତ ସୂଚନା ପ୍ରାପ୍ତି ନ୍ୟୁନ ହୋଇଯିବ । ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଏହି ପ୍ରକ୍ରିୟା ପାଇଁ ସମ୍ବଳ ଯୋଗାଇଦେବେ ଏବଂ ଯାହା ମଧ୍ୟରେ ସଂସ୍ଥାର ଏକ ୱେବସାଇଟ ଅନ୍ତର୍ଭୁକ୍ତ ହେବ ଏବଂ ଏଥି ସହିତ ସ୍ଵୟଂକ୍ରିୟ ଅଭିଲେଖ ପରିଚାଳନା ପଦ୍ଧତି, ପରିଚାଳନା ସମ୍ବନ୍ଧୀୟ ସୂଚନା ଆଦି ବହୁବିଧ କାର୍ଯ୍ୟଧାରାର ବିକାଶ ହେବ । (ପରିଶିଷ୍ଟ 2ଖ ରେ ସୂଚନା ଅଧିକାର ଅଧିନିୟମର ପ୍ରାସଙ୍ଗିକ ଧାରାରେ ପ୍ରୟୋଜନୀୟ କାର୍ଯ୍ୟବିଧି ଓ ପ୍ରଣାଳୀର ଅନୁପାଳନର ସୂଚନା ରହିଛି ।
  3. ତୃତୀୟରେ, ଓଡିଶା ପୂର୍ତ୍ତ ବିଭାଗର ସୂଚନା – ଅଧିକାର ଅଧିନିୟମର ଅନୁପାଳନ ନିମନ୍ତେ ସାଙ୍ଗଠନିକ ବ୍ୟବସ୍ଥା ଓ ସାମର୍ଥ୍ୟ ସୃଷ୍ଟି ନୀତିର ବିକାଶ ଘଟାଇଛି । (ପରିଶିଷ୍ଟ 2ଗ ) ଓଡିଶାର ପୂର୍ତ୍ତବିଭାଗର ଏହି ସାଙ୍ଗଠନିକ ବ୍ୟବସ୍ଥା ମାଧ୍ୟମରେ , ପରିପ୍ରକାଶ ନୀତି ଓ ସ୍ଵୟଂକ୍ରିୟ ବ୍ୟବସ୍ଥାରେ ପରିପ୍ରକାଶ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରିଛି । ଅଧିନିୟମ ଅନୁଯାୟୀ ଲୋକ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲେଟ ପ୍ରାଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ବର୍ଦ୍ଧିତ ପରିପ୍ରକାଶକୁ ଅଧିକ ଫଳଦାୟୀ ଓ କ୍ରିୟାଶୀଳ କରିବା ପାଇଁ ତଥା ଅଧିକ ସ୍ଵଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ସର୍ବ – ସାମର୍ଥ୍ୟ ସୃଷ୍ଟିର ପରିକଳ୍ପନା କରାଯାଉଛି । ସାମର୍ଥ୍ୟ ସୃଷ୍ଟିକାରୀ ନୀତିକୁ ଅଧିକ ବିକଶିତ ଓ ଶୃଙ୍ଖଳିତ କରାଯାଇପାରିଲେ ହିଁ ଜନ ସାଧାରଣମାନେ ସୂଚନା ଅଧିକାର ଆଇନକୁ ପୂର୍ଣ୍ଣ ଭାବରେ ବ୍ୟବହାର କରିପାରିବେ । ସୂଚନା – ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କାଲେ ସେମାନେ ଅଧିକ କ୍ରିଯାଶୀଳ ହେବେ ।
  4. ଶେଷରେ , ସୂଚନା – ଅଧିକାର ଅଧିନିୟମର ଅନୁପାଳନ ନିମନ୍ତେ ତଥ୍ୟ ଯୋଗାଣ ଏବଂ ଏହାର ତତ୍ତ୍ଵାବଧାନର ବିକାଶ ଘଟିଛି। ସୂଚନା ଅଧିକାର ଅଧିନିୟମର ବିଭିନ୍ନ ଦିଗର ଅନୁପାଳନ ମଧ୍ୟରେ ଅସହମତି ସୂଚକ , ସୂଚନା ଦାନର ବାର୍ଷିକ ରିପୋର୍ଟ, ଭବିଷ୍ୟତ ପାଇଁ ସୁପାରିଶ ଆଦି ଅନ୍ତର୍ଭୁକ୍ତ । ବିଶଦ ବିବରଣୀ ପରିଶିଷ୍ଟ 2 (ଘ)ରେ ଦିଆଯାଇଛି ।.

 

  1. ଦୁର୍ନୀତି ନିବାରଣ କୌଶଳ , ସରଳୀକରଣ , ଯୁକ୍ତି ସଂଗତ ଉଚ୍ଚମାନର ବ୍ୟବସାୟିକ ପ୍ରକ୍ରିୟା ସରକାରୀ ବିଭାଗରେ ପ୍ରୟୋଗ ଉପରେ ଗୁରୁତ୍ଵାରୋପ କରେ ଏବଂ ସରକାରଙ୍କୁ ସୁଶୃଙ୍ଖଳିତ ଭାବରେ ଦୁର୍ନୀତିପ୍ରବଣ ପ୍ରକ୍ରିୟାଗୁଡିକରେ ସୁଶୃଙ୍ଖଳିତ ବିଶ୍ଳେଷଣ ଓ ସଂସ୍କାର ପାଇଁ ପ୍ରତିଶୃତିବଦ୍ଧ କରିବ । ଅଧିକନ୍ତୁ , ଏହି ପ୍ରକଳ୍ପ ବାହାରେ ଓଡିଶା ସରକାର ଡି.ଏଫ.ଆଇ.ଡି. ଦ୍ଵାରା ଓଡିଶାର ଆଧୁନୀକିକରଣ ପ୍ରକ୍ରିୟାର ଆରମ୍ଭ କରିଛି , ତାହା ସରକାରଙ୍କ ପୂର୍ତ୍ତ ବିଭାଗ ସହ ବିଭିନ୍ନ ବିଭାଗର ପ୍ରକ୍ରିୟାକରଣ ଉପରେ ଏକ ବିସ୍ତ୍ରୁତ – ବିଶ୍ଳେଷଣ ପାଇଁ ଅଙ୍ଗୀକାରବଦ୍ଧ ।

    ପ୍ରତିଷେଧ ମୂଳକ ଦୁର୍ନୀତି ର ସଶକ୍ତିକରଣ ନିମନ୍ତେ ଓଡିଶା ପୂର୍ତ୍ତ ବିଭାଗରେ ଜଣେ ଦୁର୍ନୀତି ନିବାରକ ଅଧିକାରୀଙ୍କ ନିଯୁକ୍ତି (ପର୍ଯ୍ୟାପ୍ତ ବୈଷୟିକ , ସଚିବାଳୟ ଏବଂ ପଦ୍ଧତି ସହାୟତା ସହ) :-

  2. ପୂର୍ତ୍ତ ବିଭାଗରେ ଜଣେ ମୁଖ୍ୟ ଦୁର୍ନୀତି ନିବାରକ ପଦାଧିକାରୀଙ୍କ ନିଯୁକ୍ତି , ବିଭାଗୀୟ ସ୍ତରରେ ଅନ୍ୟ ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ଵପୂର୍ଣ୍ଣ ଦିଗ । ମୁଖ୍ୟ ଦୁର୍ନୀତି ନିବାରଣ ପଦାଧିକାରୀଙ୍କ ସହାୟତା ପାଇଁ ଏକ ସହାୟକ ଦଳ ଯେଉଁଥିରେ ବୈଷୟିକ – ବିଶେଷଜ୍ଞ , ସମୀକ୍ଷକ ଏବଂ ଆଇନ ଅଭିଜ୍ଞମାନେ ରହିବେ । ଏତଦବ୍ୟତୀତ ମୁଖ୍ୟ ଦୁର୍ନୀତି ନିବାରକ ପଦାଧିକାରୀଙ୍କ କାର୍ଯ୍ୟ।ଳୟରେ ଏକ ସ୍ୱୟଂଚାଳିତ ଅଭିଯୋଗ ନିରୀକ୍ଷକ କାର୍ଯ୍ୟ ପ୍ରଣାଳୀ ଅନୁଷ୍ଠିତ ହେବ । ଅନୁରୂପ କାର୍ଯ୍ୟ ପ୍ରଣାଳୀ ଓଡିଶାର ଅନ୍ୟ ପ୍ରକଳ୍ପ ଏବଂ ପଡୋଶୀ ରାଜ୍ୟମାନଙ୍କରେ ଅଛି ଏବଂ ସରକାରଙ୍କୁ ପ୍ରଶାସନିକ ସଂସ୍କାର ଦୁର୍ନୀତି ନିବାରଣକୁ ଆଗେଇ ନେବା ପାଇଁ ଓଡିଶା ଆଧୁନୀକିକରଣ ପାଇଁ ସରକାର ଜଣେ ପରମର୍ଶଦାତାକୁ ଏହାର ପରିକଳ୍ପନା ଓ କାର୍ଯ୍ୟକାରିତା ପାଇଁ ନିଯୁକ୍ତି କରିବ ।

    ତୃତୀୟ ପକ୍ଷ ନିରୀକ୍ଷକ:-

  3. ହିତାଧିକାରୀ ଓ ଅର୍ଥ ଜମାକାରୀଙ୍କ ଦ୍ଵାରା ତୃତୀୟ ପକ୍ଷ ନିରୀକ୍ଷଣ ଏକ ଉନ୍ନତ ନିରୀକ୍ଷଣ ଏବଂ ଅଧିକ ସ୍ବଚ୍ଛ ବ୍ୟବସ୍ଥା ପାଇଁ ସହାୟକ ହୋଇଥାଏ । କିନ୍ତୁ ରାଜପଥ କ୍ଷେତ୍ରରେ ଏଭଳି ହିତାଧିକାରୀ ଓ ଅର୍ଥ ଜମାକାରୀଙ୍କୁ ସହଜରେ ଚିହ୍ନିତ କରାଯାଇ ପାରି ନ ଥାଏ , କାରଣ ଏମାନେ ରାଜ୍ୟ ସଡକ ପଥ ନିର୍ମାଣ ପ୍ରକ୍ରିୟାରେ ବିସ୍ଥାପିତ ହୋଇ ଯାଆନ୍ତି । ତେଣୁ ଓଡିଶା ରାଜ୍ୟ ସଡକ ନିର୍ମାଣ କ୍ଷେତ୍ରରେ ଏହି ଗୋଷ୍ଠୀ କିମ୍ବା ସାଧାରଣ ସମାଜ ଆଧାରିତ ତୃତୀୟ ପକ୍ଷ ସଞ୍ଚାଳନ ସମ୍ଭବ ନୁହେଁ । ଏହା ପରିବର୍ତ୍ତେ ଓଡିଶା ପୂର୍ତ୍ତ ବିଭାଗ ଅଭିନବ ଭାବରେ ସ୍ଵାଧୀନ ପ୍ରକଳ୍ପମାନ ସଞ୍ଚାଳକ ଓ ଇଞ୍ଜିନିୟରିଂ ଛାତ୍ରମାନଙ୍କୁ ନିୟୋଜିତ କରି , ଯାନ୍ତ୍ରିକ ପରିକଳ୍ପନା (ମୂଲ୍ୟଯୁକ୍ତ ଯାନ୍ତ୍ରିକ ନିର୍ଦ୍ଧାରଣ ) ନିର୍ମାଣର ମାନର ପୁନଃ ନିରୀକ୍ଷଣ କରି ପାରିବ । ସ୍ଥାନୀୟ ବୈଷୟିକ ବିଶ୍ଵବିଦ୍ୟାଳୟର ଯାନ୍ତ୍ରିକ ବିଦ୍ୟା ଶିକ୍ଷାର୍ଥୀ ଓ ଅଧ୍ୟାପକକୁ ଚୟନ କରାଯିବ । ତୃତୀୟ ପକ୍ଷରୁ ସଞ୍ଚାଳନ କାର୍ଯ୍ୟ ଶୃଙ୍ଖଳିତ ଓ ସୁବିଧା ଉପାଯରେ କରିବା ପାଇଁ ବାଙ୍ଗାଲୋରସ୍ଥିତ ସାଧାରଣ ସମସ୍ୟା କେନ୍ଦ୍ର ବା ଅନୁରୂପ ଖ୍ୟାତି ସମ୍ପର୍ଣ୍ଣ ସଂସ୍ଥାକୁ ଆମନ୍ତ୍ରଣ କରି ପାରନ୍ତି । .

    ଆହରଣ ଏବଂ ଆର୍ଥିକ ପରିଚାଳନାର ମୂଳ ପ୍ରକ୍ରିୟାର ସୁଦୃଢୀକରଣ :-

  4. ଦୁର୍ନୀତି ବିରୋଧୀ ଲକ୍ଷ୍ୟର ମୂଳ ଉଦ୍ଦେଶ୍ୟ ହେଉଛି ଓଡିଶା ପୂର୍ତ୍ତ ବିଭାଗର ଆହରଣ ଏବଂ ଆର୍ଥିକ ପରିଚାଳନା କାର୍ଯ୍ୟ ଧାରାର ଦୃଢୀକରଣ । ଓଡିଶା ପୂର୍ତ୍ତ ବିଭାଗ ଏହାର ଆହରଣ ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସଂସ୍କାର ଓ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିବ, ଯାହା ଓଡିଶା ରାଜ୍ୟ ସଡକ ପ୍ରକଳ୍ପର ଆନୁଷ୍ଠାନିକ ଏବଂ ନୀତି ବିଭାଗ କ୍ଷେତ୍ରରେ ସହାୟକ ଅଂଶ ରୂପେ କାର୍ଯ୍ୟ କରିବ । ଇ – ଆହରଣ , ନୂଆ ନିଲାମ ଡାକିବା , ଦସ୍ତାବିଜ , ବ୍ୟୟ ଓ ଠିକାଦାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ତଥ୍ୟ ଆଧାରିତ ଅନୁରକ୍ଷଣ , କମ୍ପୁଟରୀକରଣ ପ୍ରକ୍ରିୟା ଦ୍ଵାରା ଆର୍ଥିକ ପରିଚାଳନା ବ୍ୟବସ୍ଥାର ପ୍ରବର୍ତ୍ତନ ଏହାର ଅନ୍ତର୍ଗତ ହେବ ।
  1. କାର୍ଯ୍ୟାନ୍ଵୟନ ପାଇଁ କାର୍ଯ୍ୟପ୍ରଣାଳୀର ନିରୀକ୍ଷକ ଏବଂ ଏହାର ଫଳାଫଳଗୁଡିକ ମଧ୍ୟରେ ନେମୋକ୍ତ ବିଷୟମାନ ଅନ୍ତର୍ଗତ ହେବ ::
    1. ସୂଚନା ଅଧିକାର ଅଧିନିୟମର କାର୍ଯ୍ୟ।ନ୍ଵୟନ : ସୂଚକ ପ୍ରକାଶ କାର୍ଯ୍ୟ (ଡିଟିପି ) (କ) ବାର୍ଷିକ ରେପୋର୍ଟର ଢାଞ୍ଚା।  ଉପରେ ତ୍ରୈମାସିକ ରିପୋର୍ଟ ଏବଂ (ଖ) ଅଭିଯୋଗ ତଦାରଖ ବ୍ୟବସ୍ଥା ଏବଂ ମଞ୍ଜୁରୀ ଏବଂ ପ୍ରତିବିଧାନ ତଦାରଖ ବ୍ୟବସ୍ଥା
    2. (କ) ଓଡିଶା ରାଜ୍ୟ ସଡକ ପ୍ରକଳ୍ପର ୱେବସାଇଟରେ ଥିବା ଅଭିଲିଖିତ ନିର୍ଦ୍ଦିଷ୍ଟ ସମୟାବଦ୍ଧ ପରିସଂଖ୍ୟାନର ପୁନଃଅବଲୋକନ (ଖ) ସମସ୍ୟାଗୁଡିକର ପ୍ରତିବିଧାନ , ଏହାର ପଥାନୁସରଣ ଓ କାର୍ଯ୍ୟଗ୍ରହଣ ପନ୍ଥାର କ୍ଷେତ୍ରସ୍ତରୀୟ ଯାଞ୍ଚର ନିଶ୍ଚିନ୍ତତା ନିର୍ଣ୍ଣୟ ।
    3. ଦୁଇ ବର୍ଷରେ ଥରେ ସଂଗଠିତ ଦୁର୍ନୀତି ଅନୁଭୂତି ସର୍ବେକ୍ଷଣ ।
    4. 1. ୟୁନିଟ ମୂଲ୍ୟ , ପ୍ରକଳ୍ପ ଅନ୍ତର୍ଗତ ଓ ପ୍ରକଳ୍ପ ବହିରାଗତ ୟୁନିଟ ମୂଲ୍ୟର ପୁନଃଅବଲୋକନ ଯାହା ଫଳରେ ସ୍ଵଚ୍ଛତା ଓ ପ୍ରତିଯୋଗିତା ବୃଦ୍ଧି ନିମନ୍ତେ ଆଧାରଭୂମି ପ୍ରସ୍ତୁତ କରାଯାଇପାରିବ ।
      ନିଲାମଡାକ ସମୟ ଠାରୁ ଚୁକ୍ତି-ଦସ୍ତଖତ ପର୍ଯ୍ୟନ୍ତ – ଅଗ୍ର ସମୟ ସୂଚକଗୁଡିକର କେନ୍ଦ୍ରବିନ୍ଦୁ ନିର୍ଣ୍ଣୟୀକରଣ ।
    5. 5. ପ୍ରକୃତ ଖର୍ଚ୍ଚ ଓ ନାମ ଅଟକଳ ଖର୍ଚ୍ଚର ପୁନଃଅବଲୋକନ ଦ୍ଵାରା ଆକଳନ ପର୍ଯ୍ୟାପ୍ତତା , ଆଇଟିବି ବିଷୟରେ ଉତ୍ତରର ପରିସୀମା ଇତ୍ୟାଦି ।
ଶାସନରୀତି ଏବଂ ଦାୟିତ୍ଵାଧୀନତା କାର୍ଯ୍ୟାନୁଷ୍ଠାନ ଯୋଜନାର ପ୍ରତିରୂପ
କାର୍ଯ୍ୟକାରୀ ହେବାକୁ ଥିବା ଅନୁଯୋଜନା ସମୟ ସାରଣୀ ଦାୟିତ୍ଵବୋଧତା ମନ୍ତବ୍ୟ

1.  ସୂଚନା ଅଧିକାର ଅଧିନିୟମ , 2005ର କାର୍ଜ୍ୟକାରିତା (ଆର .ଟି.ଆଇ )

i.ପରିପ୍ରକାଶ ନୀତିରେ ସମ୍ମତି ସମ୍ପାଦନ ଓଡିଶା ପୂର୍ତ୍ତ ବିଭାଗ ସମ୍ପାଦନ
ii. ସୂଚନା ଅଧିକାରକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦ୍ଧତି ଓ ପ୍ରଣାଳୀର ବିକାଶ ମାନ ନିରୂପଣ ପୂର୍ବକ ଅବ୍ୟାହତ ରଖିବା ପି. ଏମ. ୟୁ. ଓଡିଶା ରାଜ୍ୟ ସଡକ ପ୍ରକଳ୍ପର ୱେବସାଇଟର ପୁନଃ ପରିକଳ୍ପନା , ଅଧୁନାତମ ତଥ୍ୟର ସଂଗ୍ରହଣ । ଓଡିଶା ରାଜ୍ୟ ସଡକ ପ୍ରକଳ୍ପର ୱେବସାଇଟକୁ ଏପ୍ରିଲ 2010ରେ ବିଶ୍ଵବ୍ୟାଙ୍କ ମିଶନ ଦ୍ଵାରା ସମୀକ୍ଷା କରାଯାଇଥିଲା , ଏହାର ପ୍ରସ୍ତାବକୁ ଲିପିବଦ୍ଧ କରାଯାଇଥିଲା ।
ସୂଚନା ଅଧିକାର – ସି. ଏମ. ଏମ. ଅନୁପାଳନ କରାଗଲା ।
ଓଡିଶା ପୂର୍ତ୍ତ ବିଭାଗ ଓଡିଶା ପୂର୍ତ୍ତ ବିଭାଗ ୱେବସାଇଟକୁ ପୁନଃ ପରିକଳ୍ପନା ଓ ଅଦ୍ୟାବଧିକରଣ ତଥ୍ୟର ସଂଗ୍ରହଣ ।
iii. ସାଙ୍ଗଠନିକ ବ୍ୟବସ୍ଥାର ବିକାଶ ସମ୍ପାଦିତ ପି. ଏମ. ୟୁ. ଅପିଲେଟ ପ୍ରାଧିକାରୀ , ଲୋକସୂଚନା ଅଧିକାରୀ ସହ ଲୋକ ସୂଚନା ଅଧିକାରୀ ନିଯୁକ୍ତ । ଶାସନ- ନୀତି ଉତ୍ତର ଦାୟିତ୍ଵ କାର୍ଯ୍ୟକାରୀ  ନୀତିର ବିଭିନ୍ନ ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ପି.ଏମ.ୟୁ. ର ଜଣେ ଅଧିକାରୀଙ୍କୁ ଦାୟିତ୍ଵ ନ୍ୟସ୍ତ ।
ଓଡିଶା ପୂର୍ତ୍ତ ବିଭାଗ ଶାସନ – ନୀତି ଓ ଉତ୍ତର ଦାୟିତ୍ଵ କାର୍ଯ୍ୟକାରୀ ନୀତିର ବିଭିନ୍ନ ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ଅତିରିକ୍ତ ଶାସନ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି ।
iv. ସୂଚନା ଅଧିକାର କର୍ମଚାରୀଙ୍କ ଆଚରଣ , ପ୍ରଶିକ୍ଷଣ ମାନ ନିରୂପଣ ଏବଂ ଅବ୍ୟାହତ ରଖିବା ପି.ଏମ.ୟୁ. ସୂଚନା ତଥ୍ୟର କେନ୍ଦ୍ରୀୟ ପର୍ଯ୍ୟ।ଲୋଚନା ସଙ୍କ୍ରିୟାକୁ କାର୍ଯ୍ୟ।ନ୍ୱିତ କରିବା ପାଇଁ ଏକ କର୍ମଶାଳା 01/02/2010ରେ ପି.ଏମ.ୟୁ. ଦ୍ଵାରା ସ ।ଳନା କରାଯାଇଥିଲା , ଯାହାକି ମୁଖ୍ୟ ଯନ୍ତ୍ରୀ (ସି ) ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଯନ୍ତ୍ରୀ ଏବଂ ପି. ଏମ. ୟୁ. ର ସମସ୍ତ କର୍ମଚାରୀଙ୍କ ସମେତ ସମସ୍ତ ମୁଖ୍ୟ ଯନ୍ତ୍ରୀ , ଅପିଲେଟ ପ୍ରାଧିକାରୀ , ସହ ଲୋକସୂଚନା ଅଧିକାରୀ ଓ ଲୋକ ସୂଚନା ଅଧିକାରୀ ଯୋଗ ଦେଇଥିଲେ । ଫେବୃଆରି 2012ରେ ଅନୁରୂପ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରସ୍ତାବ ରହିଛି ।    
v. ରିପୋର୍ଟ ଏବଂ ପରିଚାଳନା ବ୍ୟବସ୍ଥା   ସମ୍ପାଦିତ ପି. ଏମ. ୟୁ ସମ୍ପାଦିତ
vi. ତଥ୍ୟ ସୂଚନାଙ୍କ ପରିପ୍ରକାଶ 2007 ଡିସେମ୍ବରରେ ଆରମ୍ଭ ହୋଇ ଅବ୍ୟାହତ ରହିଛି ପି. ଏମ. ୟୁ ସମ୍ପାଦିତ

2.  ଉନ୍ନତ ଦାୟିତ୍ଵାଧୀନତା ଏବଂ ସ୍ଵଚ୍ଛତାକୁ ସମର୍ଥନ କରିବା ନିମନ୍ତେ ବ୍ୟବସାୟ ପ୍ରକ୍ରିୟାର ପୁନଃ ପର୍ଯ୍ୟବେକ୍ଷଣ

i. ବ୍ୟବସ୍ଥାର ସରଳୀକରଣ ଓ ସଂଗତିକରଣ – ସାଧାରଣ ପୂର୍ତ୍ତ ବିଭାଗୀୟ ସଂହିତା ଆହରଣ ନିୟମ ପୁସ୍ତକ ଇତ୍ୟାଦି 2008 ଡିସେମ୍ବର ପି. ଏମ. ୟୁ କ. ମୁଖ୍ୟଯନ୍ତ୍ରୀ (ଆର. ଡି ଏବଂ କ୍ୟୁ.ପି.) ମୁଖ୍ୟ ସଂଯୋଗକାରୀ କାର୍ଯ୍ୟବାହୀ ହିସାବରେ ବହିରାଗତ  ବିଶେଷଜ୍ଞଙ୍କ ସହାୟତାରେ ଆନୁଷ୍ଠାନିକ ବ୍ୟବସ୍ଥାର ବିକାଶ ନିମନ୍ତେ ଓଡିଶା ପୂର୍ତ୍ତ ବିଭାଗର ସଂହିତାର ପୁନଃଅବଲୋକନ ପାଇଁ ଏହି ପ୍ରସଙ୍ଗ ଆଇ. ଏସ. ଏ. ପି. କାର୍ଯ୍ୟନିର୍ବାହୀ ଗୋଷ୍ଠୀ ବୈଠକ ତା. 15.05.10ରିଖରେ ଉପସ୍ଥାପନ କରାଯାଇଥିଲା ।
ଖ. ଦୁର୍ନୀତି ନିବାରଣ ଦ୍ଵାରା ପ୍ରଦତ୍ତ ପୂର୍ବ ମତ ମୁଖ୍ୟଯନ୍ତ୍ରୀ (ଆର.ଡି. ଏବଂ କ୍ୟୁ. ପି.)ଏବଂ ମୁଖ୍ୟ ଯନ୍ତ୍ରୀ , ବିଶ୍ଵବ୍ୟାଙ୍କ ପ୍ରକଳ୍ପଙ୍କ ତତ୍ଵାବଧାନରେ ପରିଚାଳିତ କର୍ମଶାଳାରେ ବ୍ୟବହାର ହେବ ।  

3. ପୂର୍ତ୍ତ ବିଭାଗରେ ଆହରଣ ପନ୍ଥାର ଉନ୍ନତି କରଣ

i. ଇଲେକ୍ଟ୍ରୋନିକ , ଠିକା ଡାକରା, ଠିକା ଡାକରାର କାଗଜପତ୍ର ଉପଲବଧି , ଠିକାଦାନର ପ୍ରକାଶ ସବୁ ଏଲେକ୍ଟ୍ରୋନିକ ଆହରଣ ବ୍ୟବସ୍ଥା ଦ୍ଵାରା କାର୍ଯ୍ୟକାରୀ କରାଯିବ 2008 ଜୁଲାଇ ଜି.ଓ.ଓ. କ. ଇଲେକ୍ଟ୍ରୋନିକ ମାଧ୍ୟମରେ ଆହରଣ କାର୍ଯ୍ୟକାରୀ କରିବା ବ୍ୟତୀତ, ସରକାରୀ ବିଭାଗ ଏବଂ ରାଜ୍ୟର ସାଧାରଣ ଉଦ୍ୟୋଗ ରାଜ୍ୟ ଆହରଣକାରୀ କକ୍ଷ ବର୍ତ୍ତମାନ ନିମ୍ନୋକ୍ତ କାର୍ଯ୍ୟମାନ କରୁଛନ୍ତି ।
  1. ଆହରଣ ବିଷୟରେ ପଦାଧିକାରୀ ଓ ଠିକାଦାରମାନଙ୍କୁ ପ୍ରଶିକ୍ଷଣ ।
  2. ପ୍ରକାଶିତ ଟେଣ୍ଡରର ପର୍ଯ୍ୟବେକ୍ଷଣର ରିପୋର୍ଟ ଓ ସ  ।ଳନ
  3. ବିଭିନ୍ନ ବିଭାଗ ଓ ରାଜ୍ୟର ବେସରକାରୀ ଉଦ୍ୟୋଗମାନଙ୍କ ସହ ଇ – ଆହରଣ ବ୍ୟବସ୍ଥାର ଏକକ ମାନର ସଂଯୋଗୀକରଣ ।
  4. ଜାତୀୟ ସୂଚନା କେନ୍ଦ୍ରକୁ ଇ – ଆହରଣ ବ୍ୟବସ୍ଥାର ଏକକ (ମୋଡ୍ୟୁଲ ) ମାନ ପ୍ରତିଷ୍ଠା ନିମନ୍ତେ ନିବେଶ (input) ଯୋଗାଣ ।
  5. ନୂତନ ଏକକ (ମୋଡ୍ୟୁଲ) ମାନର ପରୀକ୍ଷା ।
  6. ପଦାଧିକାରୀ ଓ ନିଲାମକାରୀମାନଙ୍କୁ ସାହାଯ୍ୟକାରୀ ଦଳର ସହାୟତା ପ୍ରଦାନ ।
ii. ଉନ୍ନତମାନର ଟେମ୍ପଲେଟ ମାନ ଓ ପ୍ରକଳ୍ପସମୂହ ୱେବସାଇଟରେ ସ୍ଥାନିତ କରିବା 2008 ଅଗଷ୍ଟ ଓଡିଶା ପୂର୍ତ୍ତ ବିଭାଗ ପୂର୍ତ୍ତ ବିଭାଗ ଅଧୀନରେ ରାଜ୍ୟ ଇ – ଆହରଣ କକ୍ଷ ଦ୍ଵାରା ଉନ୍ନତିକରଣ ।
iii. ଠିକା, ଠିକାଦାର ମୂଲ୍ୟ , ବିନିର୍ଦ୍ଦିଷ୍ଟକରଣ ଈତ୍ୟାଦି ଏବଂ ନଥି ପତ୍ର ପରିଚାଳନା,
ସୂଚନା ବ୍ୟବସ୍ଥାର ପରିଚାଳନା ପାଇଁ ତଥ୍ୟ ଆଧାର (ଡାଟାବେସ)ର ବିକାଶ  
2009 ଡିସେମ୍ବର ଓଡିଶା ପୂର୍ତ୍ତ ବିଭାଗ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ପୌରୋହିତ୍ୟରେ ତା. 23/09/2011ରିଖରେ ଅନୁଷ୍ଠିତ ସଚିବ ସ୍ତରୀୟ କମିଟି ବୈଠକରେ ସ୍ଥିର ହୋଇଥିଲା ଯେ , ଏକ ପ୍ରଭାବ – କ୍ଷେତ୍ର ବିଶେଷଜ୍ଞ ମିଶନ ଦଳ ଗଠିତ ହୋଇ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଆହରଣ ପରିମାପକ ଏକକ (ମୋଡ୍ୟୁଲ) ବିଷୟରେ ଅନୁଧ୍ୟାନ କରିବେ। ଏଥିରେ ଅନଲାଇନ ଠିକାଦାର ପଞ୍ଜୀକରଣ , ଠିକାଦାର ତଥ୍ୟ ଭିତ୍ତି , ଠିକାଦାରୀ କାର୍ଯ୍ୟର ଆର୍ଥିକ ଓ କାର୍ଯ୍ୟ ଅଗ୍ରଗତି ଅବସ୍ଥା , ଠିକାଦାରଙ୍କ ମାମଲାର ଇତିହାସ ଏବଂ ଠିକାଦାରଙ୍କୁ ଅନଲାଇନ ଦେୟ ଇତ୍ୟାଦି ଅନ୍ତର୍ଭୁକ୍ତ ହେବେ । ଜାତୀୟ ସୂଚନା କେନ୍ଦ୍ର ପ୍ରାକ ଓ ପରବର୍ତ୍ତୀ ଆହରଣ ପରିମାପକ ଏକକ (ମୋଡ୍ୟୁଲ) ର ଅନୁଧ୍ୟାନ ପାଇଁ ଜାତୀୟ ମିଶନ ମୋଡ ପ୍ରକଳ୍ପ ଅଧୀନରେ ବିଶେଷଜ୍ଞ ନିଯୋଜିତ କରିବ । ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାଜ୍ୟ ଆହରଣ ପ୍ରକୋଷ୍ଠ ଦ୍ଵାରା ଏହା ସଞ୍ଚାଳିତ ହେବ ।  
iv. ସ୍ଵାଧୀନ ଭାବେ ଗୁଣ ଓ ପରିମାନ ନିର୍ଦ୍ଧାରଣ. ପ୍ରଥମ ଚୁକ୍ତି ସହ ଆରମ୍ଭ ପି.ଏମ.ୟୁ. ତୃତୀୟ ପାକ୍ଷିକ ନିରପେକ୍ଷ ସଂସ୍ଥା ଦ୍ଵାରା ଗୁଣବ  । ନିର୍ଭରତା ବିଧି , କାର୍ଯ୍ୟର ମାନ ଏବଂ ବିଦ୍ୟାଗତ ଗବେଷଣାକାରୀ ଅନୁଷ୍ଠାନ ୩ ବର୍ଷରେ ଗୋଟିଏ ରାସ୍ତାର ପୁନଃ ଅବଲୋକନ ଦାୟିତ୍ଵ , ଏସ.ଏଲ.ଇ.ସି. ତା.07.05.2011ରିଖର ସିଦ୍ଧାନ୍ତ ଅନୁସାରେ ଜାତୀୟ ବୈଷୟିକ ଅନୁଷ୍ଠାନ , ରାଉରକେଲା ଉପରେ ନ୍ୟସ୍ତ କରାଗଲା । ରାଉରକେଲା ଜାତୀୟ ବୈଷୟିକ ଅନୁଷ୍ଠାନ ପ୍ରାରମ୍ଭିକ ରିପୋର୍ଟ 09-08-2011 ରେ ପ୍ରଦାନ କଲା ଏବଂ ଏହାର ପ୍ରଥମ ସମୀକ୍ଷା ପରିଦର୍ଶନ କାର୍ଯ୍ୟ ଯଥାକ୍ରମେ ପି – 01 (ଭବାନିପାଟଣା – ଖଡିଆଳ ) ଅନ୍ତରୀଣ ରାସ୍ତା, ପି – 02 (ଆନନ୍ଦପୁର –ଭଦ୍ରକ-ଚାନ୍ଦବାଲି ) ଅନ୍ତରୀଣ ରାସ୍ତାର କାର୍ଯ୍ୟ 27 ରୁ 30 ଅଗଷ୍ଟ 2011 ଏବଂ 11 ରୁ 14 ନଭେମ୍ବର 2011 ଏବଂ ପି – 03 (ବ୍ରହ୍ମପୁର – ତପ୍ତପାଣି ) ଅନ୍ତରୀଣ ରାସ୍ତା 9 ରୁ 12 ଡିସେମ୍ବର 2011 ମଧ୍ୟରେ ସମାପ୍ତ କଲା ।
v. ନିରପେକ୍ଷ ଆର୍ଥିକ ଓ ବୈଷୟିକ ଅଡିଟ ପ୍ରତି ବର୍ଷ ମହା ହିସାବ ରକ୍ଷକ (ଆର୍ଥିକ ) ଅଡିଟ ବ୍ବିଧି ଅନୁସାରେ ମହା ହିସାବ ରକ୍ଷକଙ୍କ ଅଡିଟ ହୋଇଥାଏ (ମଧ୍ୟବର୍ତ୍ତୀ  ଅଣସମୀକ୍ଷିତ ଆର୍ଥିକ ରିପୋର୍ଟ ) ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ୱେବସାଇଟରେ ଉପଲବଧ । ପ୍ରାପ୍ତ ସମୀକ୍ଷା – ପ୍ରମାଣ ପତ୍ର ବିଶ୍ଵ ବ୍ୟାଙ୍କ ନିକଟରେ ଉପସ୍ଥାପିତ ।
vi. ଆହରଣର ମୁଖ୍ୟ ସମୟ , ଠିକା ଗ୍ରହଣର ପରିସର , ଠିକାଦାରୀର କାର୍ଯ୍ୟକାରିତା , ଆବର ସୂଚକାଙ୍କ ମାନକକୁ ନିର୍ଦ୍ଧାରଣ ନିମନ୍ତେ ମାର୍ଚ୍ଚ 2010 ପି.ଏମ.ୟୁ. କଲ୍ପିତ ପ୍ରାକ ଓ ପରବର୍ତ୍ତୀ ଆହରଣ ପରିମାପକ ଏକକ (ମୋଡ୍ୟୁଲ) ଏବଂ ଇ – ଆହରଣ ପରିମାପକ ଏକକ, ଉପରୋକ୍ତ 3 (III)ର ଅନ୍ତର୍ଭୁକ୍ତ ।

4. ପ୍ରତିଷେଧାତ୍ମକ ଦୁର୍ନୀତି ନିବାରଣ ବ୍ୟବସ୍ଥାର ଦୃଢୀକରଣ

i. ମୁଖ୍ୟ ଦୁର୍ନୀତି ନିବାରକ ଅଧିକାରୀଙ୍କ ନିଯୁକ୍ତି ମାର୍ଚ୍ଚ 2007 ଓଡିଶା ପୂର୍ତ୍ତ ବିଭାଗ କ. ଓଡିଶା ପୂର୍ତ୍ତ ବିଭାଗ ଦ୍ଵାରା ମୁଖ୍ୟ ଦୁର୍ନୀତି ନିବାରକ ପଦାଧିକାରୀଙ୍କ ନିଯୁକ୍ତି ସରିଛି ।
ଖ. ପ୍ରତିଷେଧାମୁଳକ ଦୁର୍ନୀତି ନିବାରଣ :-
ତା. 20.01.2011 ରିଖ ଆର ଡି କ୍ୟୁ ପି ଭୁବନେଶ୍ବର ପ୍ରୟୋଗଶାଳାରେ ଦୁର୍ନୀତି ଓ ଗୁଣବ  । ଉପରେ କାର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ମଶାଳା ମିଳିତ ଭାବେ ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ, ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଏବଂ ଗବେଷଣା ଉନ୍ନୟନ ଓ ଗୁଣବ । ନିୟନ୍ତ୍ରଣ ବର୍ଦ୍ଧକ ମିଳିତ ସହଯୋଗରେ ଶେଷ ହୋଇଛି । ଦ୍ଵିତୀୟ କାର୍ମଶାଳା ପାଇଁ ଆୟୋଜନ ଚାଲିଛି ।   
ii. ସରକାରଙ୍କର ଅନଲାଇନ ଅଭିଯୋଗ ତଦାରଖ ବ୍ୟବସ୍ଥା ଯଥା ସ୍ଥାନରେ ଜି ଓ ଓ /ସି ଭି ଓ ପୂର୍ତ୍ତ ବିଭାଗର ଅନ ଲାଇନ ଅଭିଯୋଗ ସଞ୍ଚାଳନ ବ୍ୟବସ୍ଥା ସହ ବିଭାଗୀୟ ୱେବସାଇଟର ପୁନଃ – ପରିକଳ୍ପନା ବ୍ୟବସ୍ଥା ହେବ ।
ଗଠନ, ଯାହାର ନିର୍ଦ୍ଦେଶନାରେ ଅଭିଯୋଗର ସ୍ଵଭାବ ଆଧାର ଉପରେ ପି. ଏମ. ୟୁ. ପ୍ରତିବିଧାନ ଓ ଅନୁସନ୍ଧାନ କରିବ ।   ପି. ଏମ. ୟୁ. ଅନ ଲାଇନ ଅଭିଯୋଗ ସଞ୍ଚାଳନ ବ୍ୟବସ୍ଥାର ଉନ୍ନତିକରଣ ଚିଠା ପ୍ରସ୍ତୁତ କରାଯାଇ ପଶ୍ଚିମବଙ୍ଗ ମିଶନକୁ ଅପ୍ରେଲ – 2010ରେ ଦିଆଯାଇଛି ଏବଂ ବିଶ୍ଵବ୍ୟାଙ୍କରୁ ପରିମାର୍ଜିତ ଅଭିଯୋଗ ସଞ୍ଚାଳନ ବ୍ୟବସ୍ଥା ସପକ୍ଷରେ “ଆପତ୍ତିହୀନ” ମନ୍ତବ୍ୟ ପାଇବା ପରେ ପତ୍ର ସଂଖ୍ୟା ଇଏପି (କକ୍ଷ) 15/10 ଖଣ୍ଡ 512/14.01.2011 ଦ୍ଵାରା ସରକାରୀ ସ୍ଵୀକୃତି ପାଇଛି । ଅନ ଲାଇନ ଅଭିଯୋଗ ସଞ୍ଚାଳନ ବ୍ୟବସ୍ଥାର ବିକାଶ ସଂପୂର୍ଣ୍ଣ ହୋଇ ସାରିଛି । ଜାତୀୟ ସୂଚନା କେନ୍ଦ୍ର ଦ୍ଵାରା ସ୍ଵୀକୃତ (ଏ କେ ଏସ ଇନଫୋଟେକ୍ (ତୃତୀୟ ପକ୍ଷ ମାନ ସମୀକ୍ଷକ ) ଲୁମିନସ ଇନଫୋୱେସ ପ୍ରା. ଲି. ସହାୟତାରେ ସାଇବର ନିରାପତା ସମୀକ୍ଷା ଅନୁଷ୍ଠିତ ହୋଇଛି ।
ଅଭିଯୋଗ ସଞ୍ଚାଳନ ବ୍ୟବସ୍ଥା ପି.ଏମ.ୟୁ. ଦ୍ଵାରା ହସ୍ତ ଚାଳିତ ହେଉଛି ଏବଂ ଅଭିଯୋଗ ପରିଚାଳନା ଅଧିକାରୀ ମଧ୍ୟ ମନୋନୀତ ହୋଇଛନ୍ତି ।

5. ତୃତୀୟ ପକ୍ଷ ଦ୍ଵାରା ପରିଚାଳନା

i. ତୃତୀୟ ପକ୍ଷ ଦ୍ଵାରା ତଦାରଖ ନେମନ୍ତେ ପ୍ରକଳ୍ପ ଯୋଗ୍ୟ ମନିଟରର ବ୍ୟବହାର 2009 ଫେବୃଆରୀ ପି. ଏମ. ୟୁ. ଏସ. ଏଲ. ଇସିର ନିର୍ଦ୍ଦେଶାନୁଯାୟୀ ତା 07.05.2011ରିଖ  ଦ୍ଵାରା ଜାତୀୟ ପ୍ରାଦ୍ୟୋଗିକ ଅନୁଷ୍ଠାନ , ରାଉରକେଲା ତୃତୀୟ ପକ୍ଷ ଦ୍ଵାରା ତଦାରଖ ଲାଗି ନିଯୁକ୍ତି ଏବଂ ସମୀକ୍ଷା ଆରମ୍ଭ ହୋଇଛି ।  
ତୃତୀୟ ପକ୍ଷଙ୍କ ପରିଚାଳନା ଉପରେ ନିଷ୍ପତି ମାର୍ଚ୍ଚ 2009 ଓଡିଶା ପୂର୍ତ୍ତ ବିଭାଗ ଓଡିଶା ପୂର୍ତ୍ତ ବିଭାଗ କାର୍ଯ୍ୟର ଫଳପ୍ରଦ ତୃତୀୟପକ୍ଷ ତଦାରଖ ବ୍ୟବସ୍ଥାର ବିକାଶ ନିମନ୍ତେ ଆଇଏସଏପି ର କାର୍ଯ୍ୟନିର୍ବାହୀ ବର୍ଗକୁ ଦୃଷ୍ଟିକୁ ନିଆଯିବ ।

6. ଅନୁପାଳନ ଏବଂ ଫଳାଫଳ ନିମନ୍ତେ ତଦାରଖ ସୂଚକଗୁଡିକର ବିକାଶ

i. ଉପଲବଧି ସର୍ବେକ୍ଷଣ ପ୍ରକଳ୍ପ ଆରମ୍ଭ , ମଧ୍ୟ ଭାଗ ଓ ଶେଷ ଆଡକୁ  ପି.ଏମ.ୟୁ. ପ୍ରକଳ୍ପର କାର୍ଯ୍ୟକାରିତା ଉପଲବଧି ପାଇଁ ଏକ ପରାମର୍ଶକାରୀ ସଂସ୍ଥାକୁ ବେତନ ବିନିମୟରେ ନିୟୋଜିତ କରାଯାଇଛି । ସଡକ ବ୍ୟବହାରୀଙ୍କ ସନ୍ତୋଷଜନକ ସର୍ବେକ୍ଷଣ ନିମନ୍ତେ ବିପଣୀ – ବିକାଶ ଗବେଷଣା ସହଯୋଗୀ , ନୂଆ ଦିଲ୍ଲୀଙ୍କୁ ନ୍ୟସ୍ତ କରାଯାଇଅଛି । ଏହି ସଂସ୍ଥା ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରାରମ୍ଭିକ ପ୍ରତିବେଦନ ଉପସ୍ଥାପନ କରିସାରିଛି ।

7. ପ୍ରତିଯୋଗୀତା ବୃଦ୍ଧି ଏବଂ ଦୁରଭିସନ୍ଧି ପ୍ରଶମନ

i. ବିପଣୀ – ଭିତ୍ତିକ ସୂଚନା ଉପରେ ଠିକାଦାରୀ ପରିମାଣ ଓ ମାନ ନିର୍ଦ୍ଧାରଣର ଚୁଡାନ୍ତୀକରଣ ପ୍ରଥମ ଠିକାଦାରୀରୁ ଆରମ୍ଭ ପି.ଏମ.ୟୁ. ସମ୍ପାଦିତ ହୋଇଛି ।
ii. ନିଲାମକାରୀଙ୍କ ପାଇଁ ବ୍ୟବସାୟ ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଆବଶ୍ୟକମତେ ପି.ଏମ.ୟୁ. ପି.ଏମ.ୟୁ. ପେଶାଦାରୀମାନଙ୍କୁ ନିୟୋଜିତ କରି ଆବଶ୍ୟକ ସ୍ଥଳେ ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ କରିବ । ସରକାର ଦ୍ଵିତୀୟ ବର୍ଗ ( ବର୍ଷ – 2 ) ସଡକ ପାଇଁ କାର୍ଯ୍ୟ ପନ୍ଥା ଗ୍ରହଣ କରିବେ ।
iii. ଭ୍ରମାତ୍ମକ ପ୍ରତିବେଦନ/ଠକେଇ ଓ ଦୁର୍ନୀତି ଅଭ୍ୟାସରେ ଲିପ୍ତ ଠିକାଦାରମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ବିସ୍ତ୍ରୁତ ବିବରଣୀ ପ୍ରକାଶ ଆବଶ୍ୟକମତେ ପି.ଏମ.ୟୁ. ଏହି ୱେବସାଇଟରେ ପ୍ରକାଶିତ ହୋଇ ବିଶ୍ଵ ବ୍ୟାଙ୍କକୁ ଜଣାଇଦିଆଯିବ । ବିଶ୍ଵ ବ୍ୟାଙ୍କର ସମ୍ବଳ ଦାୟିତ୍ଵରେ ଥିବା ସମ୍ବଳ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତାବିତ ଆହରଣ କର୍ମଶାଳାର ସହାୟକ ତଥ୍ୟ ବ୍ୟବହାର ହେବ । (ଉପରୋକ୍ତ 3 (vi)ରେ ସୂଚିତ ।

8. ଆର୍ଥିକ ପରିଚାଳନା

i. ପ୍ରକଳ୍ପ ନିମନ୍ତେ ଅର୍ଥ ଯୋଗାଣ ଯୋଜନା ତ୍ରୈମାସିକ ପି.ଏମ.ୟୁ. ଓଡିଶା ରାଜ୍ୟ ସଡକ ପ୍ରକଳ୍ପର ୱ୍ୱେବସାଇଟରେ ଉପଲବଧ ଓ ନିୟମିତ ଭାବେ ସଦ୍ୟତମ ତଥ୍ୟ ସ୍ଥାନିତ ।
ii. ବଜେଟ ଆବର୍ତ୍ତନ ବାର୍ଷିକ ପି.ଏମ.ୟୁ. ଓଡିଶା ରାଜ୍ୟ ସଡକ ପ୍ରକଳ୍ପର ୱ୍ୱେବସାଇଟରେ ବଜେଟ ଆବର୍ତ୍ତନ ସଂବନ୍ଧୀୟ ଉପଲବଧ ଓ ନିୟମିତ ଭାବେ ସଦ୍ୟତମ ତଥ୍ୟ ସ୍ଥାନିତ । 
iii. ଖର୍ଚ୍ଚ ବିବରଣୀ ତ୍ରୈମାସିକ ପି.ଏମ.ୟୁ. ଖର୍ଚ୍ଚ – ବିବରଣୀ ୱେବସାଇଟରେ ଉପଲବଧ ଓ ନିୟମିତ ଭାବେ ସଦ୍ୟତମ ତଥ୍ୟ ସ୍ଥାନିତ ହୋଇଛି ।
iv. କାର୍ଯ୍ୟ ସମ୍ବନ୍ଧୀୟ ବିଲର କେନ୍ଦ୍ରୀୟ ଦେୟ ବ୍ୟବସ୍ଥାର ସମୀକ୍ଷା ସେପ୍ଟେମ୍ବର 2009 ପି.ଏମ.ୟୁ. ଏ. ଜି. (ଓଡିଶା)ଙ୍କ ଦ୍ଵାରା ବାର୍ଷିକ ଭିତ୍ତିରେ ସମ୍ପାଦିତ ।

Photo Gallery

OSRP

Contact Us

ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦