
- ସ୍କ୍ରୀନ ରିଡର ର ଉପଯୋଗ
- ମୁଖ୍ୟ ଭାଗକୁ ଯାଆନ୍ତୁ »
- ଅ ଅ ଅ ଅ
- ଅକ୍ଷର ଆକାର: କ- କ କ+
- ସେବା
- ଏଫ୍ ଏ କିଉ
- ପ୍ରତିକ୍ରିୟା
- ସମ୍ପର୍କ କରନ୍ତୁ

ଯାତାୟାତ ସାନ୍ଧ୍ରତା , ପରିବାହନକାରୀ ଯାନର ଚଳାଚଳ ପାଇଁ ଆବଶ୍ୟକୀୟ ଚଉଡା ରାସ୍ତା , ପଥପାର୍ଶ୍ଵ ଅବସ୍ଥାକୁ ବିଚାରକୁ ନେଇ ଓଡିଶା ପୂର୍ତ୍ତ ବିଭାଗ 1995 – 1997 ମସିହାରେ ରାଜ୍ୟ ସଡକ ପଥର ବିକାଶ ପାଇଁ 4600 କି. ମି. ସଡକ ପଥରୁ 2347 କି.ମି. ଚିହ୍ନଟ କରି , ଲକ୍ଷ୍ୟ ସାଧନ ପାଇଁ ଏକ କୌଶଳପୂର୍ଣ୍ଣ ଅନୁଧ୍ୟାନ କରିଥିଲେ ।
ଓଡିଶା ସରକାର ଏକ ପ୍ରକଳ୍ପ ସମନ୍ଵୟ ପରାମର୍ଶ ସଂସ୍ଥା ସହ , 2347 କି.ମି. ରାସ୍ତାର ସମ୍ଭାବ୍ୟ ରୂପାୟନ ସହ ଚୁକ୍ତି କରିଥିଲେ । 2347 କି.ମି. ରାସ୍ତାର 700 କି.ମି. ସଡକ ପଥ ଦୁଇ ଦଫାରେ ଚିହ୍ନଟ କରାଯାଇ ଏହାର ବୈଷୟିକ – ଆର୍ଥିକ ମାନ ବିଶ୍ଵ ବ୍ୟାଙ୍କର ସର୍ତ୍ତ ଅନୁସାରେ ନିରୂପିତ ହୋଇଥିଲା । ପ୍ରକଳ୍ପ ସମନ୍ଵୟ ପରାମର୍ଶଦାତାମାନେ ସମାଜ ଓ ପରିବେଶକୁ ଆଖି ଆଗରେ ରଖି ଏହି ସଡକର ମଜବୁତିକରଣ ଓ ସମ୍ପ୍ରସାରଣ ନିମନ୍ତେ 198 କି.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ପଙ୍ଖାନୁପୁଙ୍ଖ ଯାନ୍ତ୍ରିକ – ପରିକଳ୍ପନା ପ୍ରସ୍ତୁତ କଲେ , ଯାହା ଜାତୀୟ ରାଜପଥ (ଜାତୀୟ ରାଜପଥ -224) ରୂପେ ଘୋଷିତ ହେଲା । ଆର୍ଥିକ – ବୈଷୟିକ ଅନୁଧ୍ୟାନର ଫଳାଫଳ ଭିତ୍ତିରେ 1200 କି.ମି. ସଡକକୁ ଅଗ୍ରାଧିକାର ଭିତ୍ତିରେ 4 ବର୍ଷ ପାଇଁ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଗଲା । କିନ୍ତୁ ରାଜ୍ୟର ତତ୍କାଳୀନ ରୁଗଣ ଆର୍ଥିକ ଅବସ୍ଥା ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରି ନ ଥିଲା । ଯାହା ହେଉନା କାହିଁକି ଓଡିଶା ସରକାର 700 କି.ମି. ରାସ୍ତାର ଉନ୍ନତି ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କରାଇଲେ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା , ପ୍ରଭୂତ ଖଣିଜ ସମ୍ପଦ ଶିଳ୍ପ , ପର୍ଯ୍ୟଟନ ଓ ବନ୍ଦରର ବିକାଶ ନିମନ୍ତେ ଓଡିଶା ରାଜ୍ୟର ପ୍ରଧାନ ସଡକ ପଥଗୁଡିକର ଦୋହରୀକରଣ , ପ୍ରଶସ୍ତିକରଣ ଓ ଉନ୍ନତିକରଣ କରିବା ପୂର୍ତ୍ତ ବିଭାଗର ଉଦ୍ଦେଶ୍ୟ । ପ୍ରଚୁର ପୁଞ୍ଜି ଅଭିନିବେଶ ଆବଶ୍ୟକ ହେତୁ ସରକାର ପ୍ରଥମ ପର୍ଯ୍ୟାୟରେ 825 କି.ମି. ସଡକ ପଥ ନିର୍ମାଣ ପାଇଁ 5 ବର୍ଷ ଭିତରେ ବିଶ୍ଵବ୍ୟାଙ୍କରୁ 250 ଲକ୍ଷ ଆମେରିକୀୟ ଡଲାର ଋଣ କରିବା ପାଇଁ ଯୋଜନା କରିଛନ୍ତି ।
ପ୍ରଥମ ପର୍ଯ୍ୟାୟ ଅନ୍ତର୍ଭୁକ୍ତ 825 କି.ମି. ରାସ୍ତାର ଟିକିନିଖି ପ୍ରକଳ୍ପ – ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସି.ଇ.ଜି. ଲିମିଟେଡକୁ ପରାମର୍ଶଭିତ୍ତିକ ସେବା ଦେବା ପାଇଁ ନିୟୋଜିତ କରାଯାଇଛି । 3700 କି.ମି. ଦୂରତା ବିଶିଷ୍ଟ ଉକ୍ତ ରାଜ୍ୟ ରାଜପଥ ଏହି ପ୍ରକଳ୍ପର ଅନ୍ତର୍ଭୁକ୍ତ । 1600 କି.ମି. ରାସ୍ତାର ସମ୍ଭାବ୍ୟ – ନିର୍ମାଣ , ଆର୍ଥିକ – ବୈଷୟିକ ଦୃଷ୍ଟି କୋଣରୁ ପରବର୍ତ୍ତୀ ପର୍ଯ୍ୟାୟମାନଙ୍କରେ ଅନୁଧ୍ୟାନ କରାଯିବ । ପରାମର୍ଶଭିତ୍ତିକ ସେବା 6 ଡିସେମ୍ବର 2005ରୁ ଆରମ୍ଭ ହୋଇ ଜାନୁଆରୀ 2008ରେ ଶେଷ ହୋଇଛି ।
ପ୍ରକଳ୍ପ ସଡକପଥଗୁଡିକ ଓଡିଶାରେ ଅବସ୍ଥିତ । ପ୍ରକଳ୍ପ ସଡକପଥ 14ଟି ଜିଲ୍ଲାରେ ପରିବ୍ୟାପ୍ତ ଏବଂ ଜନ ସାଧାରଣ , ବାଣିଜ୍ୟକ ପରିବହନ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ସନଯୋଗକାରୀ ଅଟେ । ପ୍ରକଳ୍ପ ସଡକଗୁଡିକ 5ଟି ଶାଖା ସଡକରେ ବିଭାଜିତ ଏବଂ ଏହାର ସମୁଦାୟ ଦୈର୍ଘ୍ୟ 832 କି.ମି. / ପ୍ରକଳ୍ପର ସଂଯୋଗୀ ସଡକ ତାଲିକା ନିମ୍ନ ସାରଣୀରେ ଦ୍ରଷ୍ଟବ୍ୟ । ଏଥି ସହିତ ସଡକର ନାମ ଓ ଦୂରତ୍ଵ ଦର୍ଶାଯାଇଛି । ପ୍ରକଳ୍ପ ସଡକଗୁଡିକରେ ପୂର୍ବସ୍ଥିତ ରାଜ୍ୟ ରାଜପଥ ଓ ଏମ.ଡି.ଆର. ସଡକ ଅନ୍ତର୍ଭୁକ୍ତ ।
କ୍ରମିକ ସଂଖ୍ୟା |
ସଡକର ନାମ |
ରାଜ୍ୟ ରାଜପଥ / ଏମ ଡି ଆର |
ଦୂରତ୍ଵ (କି.ମି.) |
|---|---|---|---|
1 |
ଭବାନୀ ପାଟଣା – ଖଡିଆଳ ରାସ୍ତା | ରାଜ୍ୟ ରାଜପଥ – 16 |
68 |
2 |
ଚାନ୍ଦବାଲି – ଭଦ୍ରକ – ଆନନ୍ଦପୁର ରାସ୍ତା | ରାଜ୍ୟ ରାଜପଥ – 9 ଓ 53 |
95 |
3 |
ବ୍ରହ୍ମପୁର – ତପ୍ତପାଣି ରାସ୍ତା | ରାଜ୍ୟ ରାଜପଥ – 17 |
41 |
4 |
ତପ୍ତପାଣି – ରାଇପଙ୍କ ରାସ୍ତା | ରାଜ୍ୟ ରାଜପଥ – 17 |
68 |
5 |
ରାଇପଙ୍କ – ଜେ.କେ. ପୁର ରାସ୍ତା | ରାଜ୍ୟ ରାଜପଥ – 17 ଓ 4 |
83 |
6 |
ଜଗତପୁର – ଚାନ୍ଦବାଲି ରାସ୍ତା | ରାଜ୍ୟ ରାଜପଥ – 9 (କ ) |
106 |
7 |
ଭବାନୀ ପାଟଣା – ମୁନିଗୁଡା ରାସ୍ତା | ରାଜ୍ୟ ରାଜପଥ - 6 |
70 |
8 |
ମୁନିଗୁଡା- ରାୟଗଡା – କେରେଡା ରାସ୍ତା | ରାଜ୍ୟ ରାଜପଥ – 5 , ଏମ.ଡି.ଆର. -48 (ଖ) |
85 |
9 |
ଦଶପପଲ୍ଲା–ନରସିଂହପୁର– ବଆଁରପାଳ ରାସ୍ତା | ଏମ.ଡି.ଆର.- 18-19 |
89 |
10 |
ଆସ୍କା – ଭଞ୍ଜନଗର ରାସ୍ତା | ରାଜ୍ୟ ରାଜପଥ - 7 |
39 |
11 |
ଆନନ୍ଦପୁର –କରଞ୍ଜିଆ –ଯଶୀପୁର ରାସ୍ତା | 80 |
|
ମୋଟ |
845 କି.ମି. |
||
ସରକାରୀ ଓ ବେସରକାରୀ ଭାଗିଦାରୀ ଉଦ୍ୟମରେ ନିମ୍ନଲିଖିତ ସଡକର ବିକାଶ ନିମନ୍ତେ ଆବଶ୍ୟକୀୟ ଆର୍ଥିକ – ବୈଷୟିକ ସମ୍ଭାବ୍ୟ ଆର୍ଥିକ ପରାମର୍ଶ ପାଇଁ ଓଡିଶା ସରକାର ପ୍ରାଇସ ୱାଟର ହାଉସ କୁପର ପ୍ରାଇଭେଟ ଲିମିଟେଡ ଓ ଲିଃ. ଆସୋସିଏଟସ ସାଉଥ ଏସିଆ ପ୍ରା.ଲିଃ କୁ ନିୟାଜିତ କରିଛନ୍ତି । .
1. ସମ୍ବଲପୁର – ରାଉରକେଲା ରାଜ୍ୟ ରାଜପଥ – 10ର 4 ଧାର ବିଶିଷ୍ଟ |
2. ଜୋଡାରୁ ବାମେବାରୀ – ଦୁଇଧାଡି ପ୍ରଶସ୍ତିକରଣ ( ଦ୍ରୁତଗାମୀ ରାଜପଥ – 2 ) |
3. କୋଇଡା – ଟେନସା – ଲହୁଣୀପଡା |
ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦