
- ସ୍କ୍ରୀନ ରିଡର ର ଉପଯୋଗ
- ମୁଖ୍ୟ ଭାଗକୁ ଯାଆନ୍ତୁ »
- ଅ ଅ ଅ ଅ
- ଅକ୍ଷର ଆକାର: କ- କ କ+
- ସେବା
- ଏଫ୍ ଏ କିଉ
- ପ୍ରତିକ୍ରିୟା
- ସମ୍ପର୍କ କରନ୍ତୁ

ଭାରତ ସରକାରଙ୍କ ସଦ୍ୟ ପ୍ରଣୀତ ଜାତୀୟ ପୁନର୍ବସତି ଓ ସାନି ବନ୍ଦୋବସ୍ତ ନୀତି , 2007ରେ ବହୁ ପ୍ରସାରୀ ସାମାଜିକ ଚରିତାର୍ଥ ଜଡିତ । ପୂର୍ବ ସଂସ୍କରଣ ଯାହା 'ପ୍ରକଳ୍ପ ପ୍ରଭାବିତ ପରିବାର 2003 ନିମନ୍ତେ ପୁନର୍ବସତି ଓ ସାନି ବନ୍ଦୋବସ୍ତ ଜାତୀୟ ନୀତି ' ନାମରେ ନାମିତ ହୋଇଥିଲା , ତା ' ଅପେକ୍ଷା ଜାତୀୟ ପୁନର୍ବସତି ଓ ବନ୍ଦୋବସ୍ତ ନୀତି 2007 (ସଂକ୍ଷେପରେ ଏନଆରଆରପି - 2007) ବିସ୍ତୃତ ଦୃଷ୍ଟି ଭଙ୍ଗୀର ଦାବି କରେ । ଏହି ନୀତିର ମୁଖ୍ୟ ଆଭିମୁଖ୍ୟଗୁଡିକ ନିମ୍ନ ପ୍ରକାରେ ;
ଅନୁଚ୍ଛେଦ 4 ଓ ପରିଚ୍ଛେଦ 4 ଅନୁସାରେ ସମୁଚିତ ସରକାର ଯଦି ଏକ ନୂତନ ପ୍ରକଳ୍ପର ଆରମ୍ଭ ଓ ପୂର୍ବସ୍ଥିତ ପ୍ରକଳ୍ପ ହାତକୁ ନିଅନ୍ତି , ଯଦି ଏହା ସମତଳ ଅଞ୍ଚଳର 400 କିମ୍ବା ତଦୂର୍ଦ୍ଧ୍ଵ ପରିବାର , ଅନୁସୂଚିତ ଓ ପାହାଡିଆ ଅଞ୍ଚଳର 200 ବା ତଦୂର୍ଦ୍ଧ୍ଵ । ଡିଡିପି ବ୍ଲକ କିମ୍ବା ସମ୍ବିଧାନର ଅନୁସୂଚି 5 କିମ୍ବା 6ରେ ଉଲ୍ଲଖିତ ଅଞ୍ଚଳର ବାସିନ୍ଦା ହୋଇ ଥାଆନ୍ତି ସେମାନଙ୍କର ଅନିଚ୍ଛାକୃତ ବିସ୍ଥାପନ ନିମନ୍ତେ ଏକ ସାମାଜିକ - ପ୍ରଭାବ ଆକଳନ ଅନୁଧ୍ୟାନ ପ୍ରସ୍ତାବିତ ଅଞ୍ଚଳରେ କରାଯିବ । ଯଦି ଅନିଚ୍ଛାକୃତ ବିସ୍ଥାପନ ସଂଖ୍ୟା ପୂର୍ବୋକ୍ତ ସଂଖ୍ୟାଠାରୁ ଊଣା ହୋଇଥାଏ ସେ କ୍ଷେତ୍ରରେ ସମୁଚିତ ସରକାର ଏହି ନୀତି ଅନୁସାରେ ବିସ୍ଥାପିତ ପରିବାରମାନଙ୍କ ଥଇଥାନ ଓ ପୁନଃବସତି ନିମନ୍ତେ ପର୍ଯ୍ୟାୟ ପ୍ରଶାସନିକ ବ୍ୟବସ୍ଥା କରିବେ ।
ନୀତିର ନିର୍ଦ୍ଦିଷ୍ଟ ଥିବା ବିଧି ଅନୁସାରେ ଏକ ବିସ୍ତୃତ ପୁନଃବସତି ଓ ଥଇଥାନ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ । ପୁନର୍ବସତି ଓ ଥଇଥାନ ପ୍ରଶାସକ ପୁନର୍ବସତି ଓ ଥଇଥାନ ଯୋଜନାର ଏକ ଚିଠା ଉଦ୍ଦିଷ୍ଟ ସରକାରଙ୍କୁ ଅନୁମୋଦନ ନିମନ୍ତେ ପ୍ରଦାନ କରିବେ । ପରିଚ୍ଛେଦ 6.17 ମଧ୍ୟ ସୂଚୀତ କରେ ଯେ , ଯଦି ପ୍ରକଳ୍ପର ଜନ ଅଧିଗ୍ରହଣ ପ୍ରୟୋଜନ ଥାଏ , ଜନ ଦରକାରୀସଂସ୍ଥାଙ୍କର ସହମତି ପାଇବା ସରକାରଙ୍କର ଏବଂ ନୀତି ଅନୁସାରେ ଆବଶ୍ୟକୀୟ ଅନୁମୋଦନ ଲାଭ ଉପଲବ୍ଧ ହୋଇ ସାରିଛି । ଏହା ଉଦ୍ଦିଷ୍ଟ ସରକାରଙ୍କ ଦାୟିତ୍ଵ ଏବଂ ଏହା ନିଶ୍ଚିନ୍ତ ହେବା ଦରକାର ଯେ , ଅଧିଗ୍ରହଣକାରୀ ସଂସ୍ଥା , ପୁନର୍ବସତି ଓ ଥଇଥାନର ସମୁଦାୟ ପରିବ୍ୟୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ନିମନ୍ତେ ରାଜି ଅଛନ୍ତି , ଏ ବିଷୟ ପୁନର୍ବସତି ଓ ଥଇଥାନ ପ୍ରଶାସକ ସୂଚିତ କରିବା ପରେ ହିଁ ସରକାର ଅନୁମୋଦନ ଦେବେ ।
ଜାତୀୟ ପୁନର୍ବସତି ଓ ଥଇଥାନ - 2007 ନୀତି ସମାଜର କ୍ଷତି ଗ୍ରସ୍ତ ବର୍ଗଙ୍କ ଅଧିକାର ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରିଛି । ଅନୁଚ୍ଛେଦ 7.21.1 ସୂଚୀତ କରେ ଯେ , ଯଦି ପ୍ରକଳ୍ପ କୌଣସି ଦରକାରୀ ସଂସ୍ଥା ପକ୍ଷରୁ ଜମି ଅଧିଗ୍ରହଣ କରିବା ସମୟରେ 200 କିମ୍ବା ତଦୁର୍ଦ୍ଧ୍ଵ ଅନୁସୂଚିତ ଜାତିର ପରିବାର ଅନିଚ୍ଛାକୃତ ଭାବେ ବିସ୍ଥାପିତ ହେଉଥାଆନ୍ତି , ତେବେ ଏକ ଅନୁସୂଚିତ ଜାତି ଉନ୍ନୟନ ନୀତି ଗଠିତ ହେବ ।
ନୀତି ଦୃଢମତ ଭାଷଣ କରେ କି , ଆସନ୍ନ ଅଂଶ ଗ୍ରହଣର ଅଂଶ ଭାବରେ , ଜମି ଅଧିଗ୍ରହଣର ପ୍ରତ୍ୟେକ କ୍ଷେତ୍ରରେ ସମ୍ପୃକ୍ତ ଜନସଭା କିମ୍ବା ପଞ୍ଚାୟତ ପରାମର୍ଶ ଦେବେ । ନୀତିର ଆଉ ଏକ ତାତ୍ପର୍ଜ୍ୟପୂର୍ଣ୍ଣ ଅଂଶ ହେଉଛି ଯେ , ପୁନର୍ବସତି ଅନୁଦାନ ଓ ଅନ୍ୟ ସୁବିଧାମାନଙ୍କ ପାଇଁ ଆର୍ଥିକ ମୂଲ୍ୟର ଆକଳନର ସୂଚନାଙ୍କ ସେହି ବର୍ଗର ଉପଭୋକ୍ତା ମୂଲ୍ୟସୂଚୀ ଆଧାରରେ ସୂଚନାଙ୍କ ଉପରେ ପ୍ରସ୍ତୁତ କରାଯିବ । ଅଭିଯୋଗ ପ୍ରତିବିଧାନ ଏବଂ ପୁନର୍ବସତି ଓ ବନ୍ଦୋବସ୍ତ ସମ୍ପର୍କିତ ଆନୁଷ୍ଠାନିକ ବ୍ୟବସ୍ଥା କ୍ଷତିଗ୍ରସ୍ତ ଜନସାଧାରଣକୁ ସୁସଂହିତ ଓ ନିରବର୍ଚ୍ଛିନ ହିତ ପ୍ରଦାନ କରିବ । ନିମ୍ନଲିଖିତ ଦିଗଗୁଡିକ ବିଚାର ଉପରେ ପ୍ରକଳ୍ପ ବିଚାର କରିପାରେ । ସେଗୁଡିକ ଜାତୀୟ ପୁନର୍ବସତି ଓ ଥଇଥାନ ନୀତିରେ ଉଲ୍ଲିଖିତ ଥିଲେ ବି ଓଡିଶା ରାଜ୍ୟ ସଡକ ପ୍ରକଳ୍ପରେ ପର୍ଯ୍ୟାୟଭୁକ୍ତ ହୋଇନାହିଁ । ଏନ.ଆର.ଆର.ପି.ର ଏହି ଅତିରିକ୍ତ ହକଦାରୀ ସାରଣୀ 21 ରେ ପ୍ରଦ ହୋଇଛି ।
|
କ୍ରମିକ ସଂଖ୍ୟା |
ବର୍ଗ /ଧାର୍ଯ୍ୟ ଲକ୍ଷ୍ୟ ସମୂହ |
ବିଶଦ ବିବରଣୀ |
ହକଦାରି |
ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ଅଧିକତମ ହକଦାରି ଜମି ମୂଲ୍ୟ ଓ ନିୟୋଜନ ସହାୟତାକୁ ବାଦ ଦେଲ |
||||
| କ | ଚାଷ ଜମି | |||||||
| 1 | ପ୍ରତ୍ୟେକ ବିସ୍ଥାପିତ ପରିବାରର ଚାଷ ଜମି ମାଲିକାନା | ପ୍ରଭାବିତ କ୍ଷେତ୍ରରେ ପ୍ରଭାବିତ ପରିବାରର ଜମି ମାଲିକାନା ଯାହାର ସମସ୍ତ ଜନ ଅଧିକୃତ କିମ୍ବା ଦୃଢ | ଚାଷ ଜମି କିମ୍ବା ଚାଷ ଯୋଗ୍ୟ ପତିତ ଜମି ପ୍ରକୃତ ଦୃଢ ଜମିର ପରିମାଣ ଜଳସେଚିତ ଜମିକ୍ଷେତ୍ରରେ 1 ହେକ୍ଟର ଓ ଅଣ ଜଳସେଚିତ ଜମି କିମ୍ବା ଚାଷ ଯୋଗ୍ୟ ଜମି କ୍ଷେତ୍ରରେ 2 ହେକ୍ଟର | |||||
| 2 | ପ୍ରତ୍ୟେକ -ପ୍ରଭାବିତ ପରିବାର ଯେଉଁମାନଙ୍କର ସ୍ଥିତି ହ୍ରାସ ଯୋଗୁଁ ନଗଣ୍ୟ ଚାଷୀରେ ପରିଗଣିତ | ଚାଷ ଜମି କିମ୍ବା ଚାଷ ଓ ଚାଷ ଯୋଗ୍ୟ ପତିତ ଜମିର ପ୍ରକୃତ ଦୃଢ ପରିମାଣର ଅଧିକତମ 1 ହେକ୍ଟର ସେଚିତଜମି ଏବଂ 2 ହେକ୍ଟର ଅଣସେଚିତ ଜମି କିମ୍ବା ଚାଷ ଯୋଗ୍ୟ ପତିତ ଜମି | ||||||
| ଖ | ଜମି ଉନ୍ନୟନ | |||||||
| 1 | ପ୍ରଭାବିତ ପରିବାରର ପ୍ରତ୍ୟେକ ଖାତଧାରୀ | ଅଧିକୃତ ଜମି ବଦଳରେ ପତିତ ଜମି କିମ୍ବା ଅଧି ପତିତ ଜମି ଆବଣ୍ଟନ କ୍ଷେତ୍ରରେ | ଏକକାଳୀନ ଆର୍ଥିକ ସହାୟତା ନିମନ୍ତେ ଯେଉଁ ପରିମାଣର ଅର୍ଥ ଉଦ୍ଦିଷ୍ଟ ସରକାର ସ୍ଥିର କରିବେ କିମ୍ବା ତାହା ଟ. 15000/- ରୁ କମ ହେବ ନାହିଁ । | 15000 | ||||
| ଗ | କୃଷିଜାତ ଉତ୍ପାଦନ | |||||||
| 1 | ପ୍ରଭାବିତ ପରିବାରର ପ୍ରତ୍ୟେକ ଖାତାଧାରୀ | ଅଧୀକୃତ ଜମି ପରିବର୍ତ୍ତେ ଚାଷ ଜମି ଆବଣ୍ଟନ କ୍ଷେତ୍ରରେ | ଏକକାଳୀନ ଆର୍ଥିକ ସହାୟତା ନିମନ୍ତେ ଯେଉଁ ପରିମାଣର ଅର୍ଥ ଉଦ୍ଦିଷ୍ଟ ସରକାର ସ୍ଥିର କରିବେ କିମ୍ବା ତାହା ଟ. 10000/- ରୁ କମ ହେବ ନାହିଁ । | 10000 | ||||
| ଘ | ଗୁହାଳ ନିର୍ମାଣ | |||||||
| 1 | ଗୋ - ମହିଷାଦି ଥିବା ପ୍ରତ୍ୟେକ ବିସ୍ଥାପିତ ପରିବାର | ଉଦ୍ଦିଷ୍ଟ ସରକାର କରିଥିବା ଆର୍ଥିକ ସାହାଯ୍ୟର ପରିମାଣ ଯାହା ଟ. 15000/- ରୁ କମ ହେବ ନାହିଁ । | 15000 | |||||
| ଙ | କର୍ମଶାଳା କିମ୍ବା ଦୋକାନ ନିର୍ମାଣ | |||||||
| 1 | ପ୍ରତ୍ୟେକ ବିସ୍ଥାପିତ ବ୍ୟକ୍ତି ଯିଏ ଗ୍ରାମ୍ୟ -କାରିଗର , କ୍ଷୁଦ୍ର ବ୍ୟବସାୟୀ କିମ୍ବା ଆତ୍ମ ନିୟୋଜିତ ବ୍ୟକ୍ତି | ଉଦ୍ଦିଷ୍ଟ ସରକାର କରିଥିବା ଆର୍ଥିକ ସାହାଯ୍ୟର ପରିମାଣ ଯାହା ଟ.25000/- ରୁ କମ ହେବ ନାହିଁ । | 25000 | |||||
| ଚ | ନିୟୋଜନ ସହାୟତା | |||||||
| 1 |
ପ୍ରତ୍ୟେକ ପ୍ରଭାବିତ ପରିବାରରୁ ଅତି କମରେ ଜଣେ ବ୍ୟକ୍ତିଙ୍କୁ |
ଆବଶ୍ୟକ ସଂସ୍ଥା ପ୍ରକଳ୍ପରେ ନିୟୋଜନ ନିମନ୍ତେ ସୁଯୋଗ ଦେବେ ଯେ , ଯଦି ଖାଲିସ୍ଥାନ ଉପଲବ୍ଧ ହୁଏ ଏବଂ ପ୍ରଭାବିତ ବ୍ୟକ୍ତିଙ୍କର ଆବଶ୍ୟକୀୟ ଯୋଗ୍ୟତା ଥାଏ । | ||||||
| ପ୍ରଭାବିତ ବ୍ୟକ୍ତିଙ୍କୁ ଉପଯୁକ୍ତ କାର୍ଯ୍ୟ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା | ||||||||
| ଉଦ୍ଦିଷ୍ଟ ସରକାର ନିର୍ଦ୍ଦିଷ୍ଟ ମାନଦଣ୍ଡ ଭିତ୍ତିରେ ପ୍ରଭାବିତ ପରିବାରର ଯୋଗ୍ୟ ବ୍ୟକ୍ତିଙ୍କୁ ବୃତ୍ତି ଏବଂ ଦକ୍ଷତା ବୃଦ୍ଧିର ସୁଯୋଗ ପ୍ରଦାନ କରିବେ । | ||||||||
| ପ୍ରଭାବିତ ବ୍ୟକ୍ତିମାନଙ୍କୁ କିମ୍ବା ସେମାନଙ୍କ ଗୋଷ୍ଠୀକୁ କିମ୍ବା ସମବାୟ ସଂସ୍ଥାକୁ , ପ୍ରକଳ୍ପ ପାଖାପାଖି ଉଦଭବ ବାହ୍ୟ ଉସଚ୍ଛ ଠିକାଦାରୀ, ଦୋକାନ ଏବଂ ଅନ୍ୟ ଆର୍ଥିକ ସୁଯୋଗ ଅଧିମାନ୍ୟ ଭିତ୍ତିରେ ଯୋଗାଇ ଦେବେ । | ||||||||
| ପ୍ରକଳ୍ପ ନିର୍ମାଣ ପର୍ଯ୍ୟାୟରେ ଶ୍ରମ ନିୟୋଜନ କ୍ଷେତ୍ରରେ ଇଚ୍ଛୁକ ଜମିହୀନ ଶ୍ରମିକ ଏବଂ ବେକାର, ପ୍ରଭାବିତ ଜମିହୀନ ବ୍ୟକ୍ତିମାନଙ୍କୁ ସୁଯୋଗ ଦେବେ । | ||||||||
| 2 |
ପ୍ରଭାବିତ ବ୍ୟକ୍ତିମାନଙ୍କୁ |
ଆତ୍ମ- ନିୟୋଜନ ପାଇଁ , ଉଦ୍ୟୋଗୀକରଣ, ବୈଷୟିକ , ବୃତ୍ତିଗତ କୌଶଳ ବିକାଶ ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯିବ । | ||||||
| ଛ | ପୁନର୍ବସତି ଅନୁଦାନ | |||||||
| 1 | ପ୍ରତ୍ୟେକ ପ୍ରଭାବିତ ପରିବାର | ପ୍ରଭାବିତ ପରିବାର ଯେଉଁମାନେ ଚାଷ ଜମି କିମ୍ବା ନିଯୁକ୍ତିରୁ ବର୍ତ୍ତିତ | ଅତି କମରେ 750 ଦିନର ଚାଷ କାମ ପାଇଁ ମଜୁରୀ | ଟ. 60000/- | ||||
| ଜ | ଆବଶ୍ୟକୀୟ ଜିନିଷ କ୍ରୟ ପାଇଁ ପ୍ରଦ ଭ । | |||||||
| 1 | ପ୍ରତ୍ୟେକ ପ୍ରଭାବିତ ପରିବାର | ବିସ୍ଥାପିତ ହେବ ଦିନଠାରୁ ଏକ ବର୍ଷରେ ମାସିକ ଅତିକମରେ 25 ଦିନର ଚାଷ କାମ ପାଇଁ ମଜୁରୀ | ଟ. 24000/- | |||||
| ଝ | ବାର୍ଷିକ ନୀତି | |||||||
| 1 | କ୍ଷତି ସମ୍ଭାବ୍ୟ ପ୍ରଭାବିତ ବ୍ୟକ୍ତିଗଣଙ୍କ ପାଇଁ ନୀତିର 6.4(V) ଅନୁସାରେ ଅନୁଚ୍ଛେଦ |
ପ୍ରକଳ୍ପ କର୍ତ୍ତୁପକ୍ଷ ସେମାନଙ୍କ ନିଜ ଖର୍ଚ୍ଚରେ , ବାର୍ଷିକ ନୀତିର ବ୍ୟବସ୍ଥା କରିବେ, ଯାହାଦ୍ଵାରା କ୍ଷତି ସମ୍ଭାବ୍ୟ , ପ୍ରଭାବିତ ବ୍ୟକ୍ତି ଆଜୀବନ ପେନସନ ପାଇବେ | ଅତିକମରେ ମାସିକ ଟ. 500/- | ଟ. 6000/- | ||||
| ଞ | ଅନୁଗ୍ରହ ପୂର୍ବକ | |||||||
| 1 | ପ୍ରଭାବିତ ପରିବାରର ପ୍ରତ୍ୟେକ ଖାତାଧାରୀମାନଙ୍କ ପାଇଁ | ପ୍ରକଳ୍ପଗୁଡିକରେ , ରେଳପଥର ଅଧିଗ୍ରହଣ, ରାଜପଥ , ବିଦ୍ୟୁତ ପରିବାହୀ ଲାଇନ , ପାଇପ ଲାଇନ ବିଛାଇବା କିମ୍ବା ଏତାଦୃଶ୍ୟ ପ୍ରକଳ୍ପ ଯେଉଁଥିରେ ସଂକୀର୍ଣ୍ଣ ଜମି , ପ୍ରକଳ୍ପ ନିମନ୍ତେ କିମ୍ବା ରାସ୍ତା ପାଇଁ ଅଧୀକୃତ ହୋଇଥିବ | ଅଧିନିୟମ କିମ୍ବା କାର୍ଯ୍ୟସୂଚୀ , କିମ୍ବା ପରିଯୋଜନା ପାଇଁ ଜମି , ଘର କିମ୍ବା ଅନ୍ୟ ସମ୍ପତ୍ତି ଅଧିଗୃହୀତ ହୋଇଥାଏ , ତେବେ କ୍ଷତିପୂରଣ ଓ ଅନ୍ୟ ହିତ ସାଧନ ଛଡା ଟ. 20000/- ଅନୁକମ୍ପମୂଳକ ରାଶି ଦିଆଯିବ । | ଟ. 20000/- | ||||
| ଟ. | କ୍ଷତି ସମ୍ଭାବନା ଥିବା ଗୋଷ୍ଠୀ ପାଇଁ ସହଯୋଗ | |||||||
| 1 | ପ୍ରତ୍ୟେକ ପ୍ରଭାବିତ ଅନୁସୂଚିତ ଜନଜାତି ପରିବାର | ଜଙ୍ଗଲ ଜାତ ପଦାର୍ଥର ବ୍ୟବହାର କିମ୍ବା ପାରମ୍ପରିକ ଅଧିକାର ଉଲ୍ଲଙ୍ଘନ କ୍ଷେତ୍ରରେ ଏକକାଳୀନ ଆର୍ଥିକ ସହାୟତା | ଅତିକମରେ 500 ଦିନର ଚାଷ କାମ ମଜୁରୀ | ଟ. 40000/- | ||||
| 2 | ପ୍ରତ୍ୟେକ ପ୍ରଭାବିତ ଅନୁସୂଚିତ ଜନଜାତି ପରିବାର | ଯେଉଁମାନେ ଜିଲ୍ଲା ବାହାରେ ପୁନଃ ଥଇଥାନ ହୋଇଛନ୍ତି । | 25% ପ୍ରତିଶତ ଅଧିକ ପୁନର୍ବସତି ଓ ଥଇଥାନ ହିତ ଅର୍ଥ (ଆର୍ଥିକ ସର୍ବ ନୀତି ଅନୁଚ୍ଛେଦ 7.9 ରୁ 7.12) ପର୍ଯ୍ୟନ୍ତ | |||||
| 3 | ଅନୁସୂଚିତ ଜାତିର ପ୍ରଭାବିତ ପରିବାରଗୁଡିକ | ଗୋଷ୍ଠୀ ଓ ଧାର୍ମିକ ସମାବେଶ ପାଇଁ ମାଗଣାରେ ଜମି ପ୍ରଦାନ | ||||||
| ମୋଟ | ଟ. 225000/- | |||||||
ଓଡିଶା ସରକାର ପୁନର୍ବାସ ଏବଂ ପୁନଃଥଇଥାନ ଉପରେ ଏକ ବିସ୍ତୃତ ନୀତି ପ୍ରଣୟନ କରିଛନ୍ତି । ଜମି ଅଧିଗ୍ରହଣ ନିୟମ 1894 କିମ୍ବା ଅନ୍ୟ କୌଣସି ବଳବତ୍ତର ଥିବା ଆଇନ ଅନୁସାରେ ଓଡିଶାର ଯେଉଁ ପ୍ରକଳ୍ପଗୁଡିକ ବ୍ୟକ୍ତିଗତ ଜମି ଅଧିଗ୍ରହଣ କରିବେ ଏହି ନୀତି ସେମାନଙ୍କ ପାଇଁ ଲାଗୁ ହେବ । ପ୍ରକଳ୍ପର ବିକାଶ ନିମନ୍ତେ ଏହି ନୀତି ଚାରି ବିଭାଗରେ ବିଭକ୍ତ କରିଛି (କ) ଶିଳ୍ପ ପ୍ରକଳ୍ପ , (ଖ) ଖଣି ପ୍ରକଳ୍ପ , (ଗ) ଜଳସେଚନ ପ୍ରକଳ୍ପ , ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ , (ଘ) ନଗର ପ୍ରକଳ୍ପ ଏବଂ ସଡକ, ରେଳପଥ , ଶକ୍ତି ସରବରାହ ଭଳି ରୈଖିକ ପ୍ରକଳ୍ପ , ପ୍ରତ୍ୟେକ ଧରଣର ପ୍ରକଳ୍ପ ନିଜ ପ୍ରଭାବରେ ଗୁରୁତ୍ୱ ଭିତ୍ତିରେ ଭିନ୍ନ ଭିନ୍ନ ଥଇଥାନ ଓ ପୁନର୍ବସତି ସୁବିଧା ପ୍ରଦାନ କରିବେ। ନଗରୀ ଓ ରୈଖିକ ପ୍ରକଳ୍ପଗୁଡିକରେ ପୁନର୍ବସତି ନିମନ୍ତେ ଗୃହଯୋଗ୍ୟ ଜମି , ଗୃହନିର୍ମାଣ ବ୍ୟତୀତ ଅନ୍ୟ ପ୍ରକଳ୍ପ ଉପଲବ୍ଧ ସୁଯୋଗମାନ ରହିଛି ।
ନୀତିର ଆନୁଷ୍ଠାନିକ ଅବସ୍ଥା ମଧ୍ୟରେ ପୁନର୍ବସତିର ସହଯୋଗ ସ୍ଵଚ୍ଛ ଭାବେ ପ୍ରଦାନ କରିବାରେ ନିଶ୍ଚିତତା ରହିଛି । ଜିଲ୍ଲା ଓ ରାଜ୍ୟ ସ୍ତରୀୟ କ୍ଷତିପୂରଣ ଉପଦେଷ୍ଟା କମିଟି, ପୁନର୍ବସତି ଓ ଉପାନ୍ତ ବିକାଶ ଉପଦେଷ୍ଟା କମିଟି ପୁନର୍ବସତି ଓ ଥଇଥାନ ନିମନ୍ତେ ରାଜ୍ୟସ୍ତରୀୟ ପରିଷଦ ଭଳି ଆନୁଷ୍ଠାନିକ କାର୍ଯ୍ୟକାରିଣୀ ସଂସ୍ଥାମାନ ଅଛି , ଯେଉଁମାନେ ପ୍ରତିକୂଳ ଭାବେ ଅନିଚ୍ଛାକୃତ ବିସ୍ଥାପନ ଦ୍ଵାରା ପ୍ରଭାବିତ ହେବେ ସେମାନଙ୍କୁ ନିରବଚ୍ଛିନ୍ନ ସହାୟତା ଯୋଗାଇ ଦେବେ । ଓଡିଶା ପୁନର୍ବାସ ଏବଂ ପୁନଃଥଇଥାନ ନୀତିର ଉଲ୍ଲେଖନୀୟ ଦିଗ ହେଉଛି , ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ବ୍ୟକ୍ତିମାନଙ୍କର ଅଭିଯୋଗର ଅନୁଧ୍ୟାନ ଏବଂ ନିର୍ଦ୍ଦିଷ୍ଟ ତଦାରଖ କାର୍ଯ୍ୟର ଆନୁଷ୍ଠାନିକ ବ୍ୟବସ୍ଥା ।
ଓଆରଆରପି 2006 ଅନୁଯାୟୀ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ନିମନ୍ତେ ହକଦାରିର ଏକ ଆଧାର ପ୍ରସ୍ତୁତ କରାଯାଇଛି । ଓଡିଶା ରାଜ୍ୟ ସଡକ ପ୍ରକଳ୍ପର ହକଦାରି ଢାଞ୍ଚାର ସହମତି ଉପରେ ଏହି ଦସ୍ତାବିଜ ପ୍ରସ୍ତୁତ । ଏହି ଆଧାର ଭିତ୍ତିରେ ସମସ୍ତ ହକଦାର ଏବଂ କ୍ଷତି ଆଶଙ୍କିତ ହକଦାରି ବିହୀନ କ୍ଷତିଗ୍ରସ୍ତ ପରିବାର କ୍ଷତିପୂରଣ ସହ ପୁନଃବାସ ପାଇଁ
ସହାୟତା ପାଇଁ ହକଦାର ହେବେ କିନ୍ତୁ ଏଥିପାଇଁ ପ୍ରକଳ୍ପର ହସ୍ତକ୍ଷେପ ଯୋଗୁଁ ସେମାନଙ୍କ ସ୍ଥିତିବାନ ସମ୍ପତ୍ତି ମାଲିକାନାର ସ୍ଵଭାବ , ବିଶେଷତ୍ଵ , ପ୍ରଭାବର ପରିସୀମା ଆଦି ବିଚାରକୁ ନିଆଯିବ ।
ପ୍ରକଳ୍ପର ପୁନର୍ବାସ ଏବଂ ପୁନଃଥଇଥାନ ହକଦାରି ଆଧାର ନିମ୍ନୋକ୍ତ ମୁଖ୍ୟ ମୂଳତତ୍ତ୍ଵ ଦ୍ଵାରା ପରିଚାଳିତ ।
ପୁନର୍ବସତି ଯୋଜନା କାର୍ଯ୍ୟକାରିତା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକଳାପ , ତଦାରଖ ବ୍ୟବସ୍ଥାରେ , ଅନୁସୂଚିତ ଜନଜାତି , ମହିଳା ଏବଂ କ୍ଷତିପ୍ରବଣତା ପ୍ରଭାବିତ ଗୋଷ୍ଠୀର ସମ୍ପୃକ୍ତି ରହିବା ନିଧାର୍ଯ୍ୟ । ହକଦାରି ଆଧାର ଅନୁସାରେ ଯୋଗ୍ୟ , କ୍ଷତିଗ୍ରସ୍ତ ପରିବାରର ବ୍ୟକ୍ତିମାନଙ୍କୁ ପୁନର୍ବସତି ଓ ଥଇଥାନ ସାହାଯ୍ୟ ଯୋଗାଇ ଦିଆଯିବ । ସ୍ଵୀକୃତ ଆଧାର ଭିତ୍ତିରେ , ସର୍ବୋପରି ପୁନର୍ବସତି ଓ ଥଇଥାନ ପ୍ୟାକେଜରୁ , ରୋଜଗାର ହରାଇଥିବା ବ୍ୟକ୍ତିଙ୍କୁ ପୁନଃ ରୋଜଗାରକ୍ଷମ କରିବାର ମାର୍ଗ ସହ ସମସ୍ତ କ୍ଷତି ଭରଣା କରାଯିବ । ରାଜ୍ୟ ପୁନର୍ବସତି ଓ ଥଇଥାନ ନୀତିରେ ଘୋଷିତ ପରିବାରକୁ ହକଦାରି ଆଧାରର ଏକକ ରୂପେ ଗ୍ରହଣ କରାଯିବ । ନୀତି ନିର୍ଦ୍ଧାରିତ ବିଧି ସମ୍ମତ ଆଧାର ଉପରେ ପୁନଃସ୍ଥାପନ ମୂଲ୍ୟ ଆକଳନ ହେବ । ପୃଥକୀକରଣ ତାରିଖ ଦିନ କିମ୍ବା ପୂର୍ବରୁ ଚିହ୍ନିତ ହୋଇଥିବା କ୍ଷତି ପ୍ରଭାବିତ ପରିବାରର ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ହକଦାରି ଓ ସାହାଯ୍ୟ ପ୍ରଦାନ କରାଯିବ । ଯଦି ଆର. ଏ. ପି କାର୍ଯ୍ୟକାରିଣୀ ହେବା ସମୟରେ କୌଣସି ସଂଶୋଧନ କରାଯାଏ , ତାହା ଆର. ପି. ଡି. ଏ.ସି. ଙ୍କ ଠାରୁ ଅନୁମୋଦିତ ହେବା ବାଞ୍ଛନୀୟ ।
|
କେଉଁ ଧରଣର କ୍ଷତି |
ହକଦାରି ଏକକ |
ପୁନର୍ବାସ ଓ ଥଇଥାନ ହକଦାରି ଆଧାର |
|---|---|---|
|
ଚାଷ ଜମି |
ହକଦାରି ପରିବାର |
(i) ଜମି ଅଧିଗ୍ରହଣ ଅଧିନିୟମ ଅନୁସାରେ କ୍ଷତି ପୂରଣ |
|
ଭାଗଚାଷ |
ଜଣେ କ୍ଷତିଗ୍ରସ୍ତ ଭାଗ ଚାଷୀ , ଜମିର ଅବଶିଷ୍ଟାଙ୍ଗଶ ଠିକା ଅବଧିର ସମୟ ପାଇଁ ସମାନ ଅର୍ଥ ପାଇବ । |
|
|
ବାସ ଯୋଗ୍ୟ (ଅଣଚାଷ ଜମି) |
ହକଦାର |
(i) ଜମି ଅଧିଗ୍ରହଣ ଅଧିନିୟମ ଅନୁସାରେ ବାସଯୋଗ୍ୟ ଜମିର କ୍ଷତିପୂରଣ
(v) ଅନ୍ୟାନ୍ୟ ସହାୟତା :
|
|
|
ଭଡାଟିଆ ପଟ୍ଟାଦାର |
କେବଳ ବିସ୍ଥାପିତ ଭଡାଟିଆ ପାଇବେ
|
|
ଅର୍ଥ ଆଦାୟୀ ଜମିର ବ୍ୟବହାର |
ସତ୍ତ୍ଵାଧିକାରୀ (ମାଲିକାନା ଏବଂ ଭୋଗ ଦଖଲକାରୀ ) |
(i) ଅର୍ଥ ଆଦାୟ ପାଇଁ ବ୍ୟବହୃତ ଜମିର ହାନି ପାଇଁ କ୍ଷତିପୂରଣ ।
(vii) ବିକଳ୍ପ ଭାବରେ , ଯଦି ପାଳି କ୍ରମେ ଦୋକାନ / କର୍ମସ୍ଥଳୀ ପ୍ରକଳ୍ପ ଦ୍ଵାରା ଆବ ନ ହେଉଥାଏ , ବିସ୍ଥାପିତ କ୍ରମାନୁସାରେ ସ୍ଥାନ ଓ ନିର୍ମାଣ ପାଇଁ ସହାୟତା ପାଇବାକୁ ଯୋଗ୍ୟ ହେବେ ନାହିଁ ।
|
|
|
ଦାବିଦାର (ଅନ୍ୟତ୍ରବାସୀ) ଭୂ- ସ୍ଵାମୀ |
(i) ସ୍ତ୍ରୀ /ପୁରୁଷ କେବଳ ଗୃହ ଓ ନିର୍ମାଣ ଉଭୟ ପାଇଁ କ୍ଷତିପୂରଣ ପାଇବେ । |
|
|
ଭଡାଟିଆ /ପଟ୍ଟାଦାର |
କେବଳ ବିସ୍ଥାପିତ ଭଡାଟିଆ ପାଇବେ ।
|
|
ଅନ୍ୟାନ୍ୟ ସମ୍ପତ୍ତି |
କ୍ଷତିଗ୍ରସ୍ତ ମାଲିକ ପରିବାର |
ପୁନଃ ସ୍ଥାପିତ ସମ୍ପତ୍ତିର ସମତୁଲ୍ୟ କ୍ଷତିଗ୍ରସ୍ତ ସମ୍ପତ୍ତି ପାଇଁ ପ୍ରାପ୍ୟ । |
|
ଅନଧିକାର ଦଖଲକାରୀ (ଚାଷ ଜମି) |
ପରିବାର |
ଯଦି ସାଧାରଣ ଜମି ଗତ 3 ବର୍ଷ ଧରି ଚାଷ ପାଇଁ ଦଖଲ ହୋଇଥିବ , ଏବଂ କ୍ଷତିଗ୍ରସ୍ତ ବ୍ୟକ୍ତି କ୍ଷତି ପ୍ରବଣ ଗୋଷ୍ଠୀର କିମ୍ବା ଜୀବିକା ପାଇଁ ଉକ୍ତ ଜମି ଉପରେ ନିର୍ଭରଶୀଳ ଥିବେ ତାହେଲେ , ପରସ୍ପର ସହ ସଂଯୁକ୍ତ ସରକାରୀ କାର୍ଯ୍ୟସୂଚୀରୁ ଆତ୍ମ ନିୟୋଜନ ବ୍ୟବସ୍ଥା କରିପାରିବେ କିମ୍ବା ଆୟ ସୃଷ୍ଟିକାରୀ କାର୍ଯ୍ୟ ପାଇଁ ଟ. 25,000/- ସହାୟତା ପାଇବେ । |
|
ଅନଧିକାର ଦାଖଲକାରୀ (ଅଣଚାଷ ଜମି ) |
ପରିବାର |
ଯଦି ଅନାଧିକୃତ ଦଖଲ ଜମି କିମ୍ବା ଗୃହ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର ହେଉଥାଏ ଏବଂ କ୍ଷତିଗ୍ରସ୍ତ ବ୍ୟକ୍ତି ନିର୍ମାଣ ଶେଷ ହୋଇଥିବା ଗୃହର ଏକ ତୃତୀୟାଂଶ ହରାଉଥାନ୍ତି(ନିଜ ଅଂଶ ) ପୁନର୍ବସତି ଓ ଥଇଥାନ ସହାୟତା ପାଇବେ (ଜବର ଦଖଲ ଜମିର କ୍ଷତି ପୂରଣକୁ ବାଦ ଦେଇ ) ଯାହା ବାସହୀନ ବ୍ୟକ୍ତିଗତ ମାଲିକାନା ଜାଗା ଏବଂ ଗୃହ ନିମନ୍ତେ ପାଇଥାନ୍ତି । |
|
ଖାଲି ଜମିର ଦଖଲକାରୀ (ବାସ କରିବା ଉଦ୍ଦେଶ୍ୟରେ) |
ପରିବାର |
ଯଦି ଗତ ୩ବର୍ଷ ଧରି ବାସ କରିବା ଉଦ୍ଦେଶ୍ୟରେ ସାଧାରଣ ଜମି ଦଖଲ ହୋଇଥାଏ, ଏବଂ ଯଦି କ୍ଷତି ଗ୍ରସ୍ତ ବ୍ୟକ୍ତିଙ୍କର ବିକଳ୍ପ ବାସଗୃହ ନଥାଏ , ତାଙ୍କୁ ବିସ୍ଥାପିତ ଶ୍ରେଣୀଭୂକ୍ତ କରାଯିବ ଏବଂ ସେ ପାଇବେ :-
|
|
ଖାଲି ଜମି ଅଧକାରୀ (ବ୍ୟବସାୟ) |
ପରିବାର |
ଯଦି ଗତ 3 ବର୍ଷ ଧରି ବ୍ୟବସାୟ ଉଦ୍ଦେଶ୍ୟରେ ଦଖଲରେ ଥାଏ, ଏବଂ ଯଦି କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କର ଅନ୍ୟ ଗୃହ ବ୍ୟବସ୍ଥା ନଥାଏ , ତାଙ୍କୁ 'ବାସହରା' ବର୍ଗରେ ଗ୍ରହଣ କରାଯିବ ଏବଂ ନିମ୍ନ ପ୍ରକାରେ ସହାୟତା ପାଇବେ :-
|
ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦