Alert : Javascript is disabled. To View this Website, Please Enable Your Browser's Javascript...

ଆମ ସମ୍ପର୍କରେ

You are here

ଏହି ସଂସ୍ଥା ର ଲକ୍ଷ୍ୟ ଓ ଉଦେଶ୍ୟ:-

ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଦ୍ଯାରା ଓଡିଶା ରେ ସ୍ତିର କରାଯାଉଥିବା ପରିବହନ ରାଷ୍ଟଗୁଡିକୁ ବିଶ୍ଵବ୍ୟାଙ୍କର ଆର୍ଥିକ ସହାୟତାରେ ପ୍ରସସ୍ତ ଓ ମଜବୁତ କରାଈବା ଏହି ରାଜ୍ୟରେ ଚିହ୍ନଟ କରାଯାଇଥିବା କେତେକ ପରିବହନ ରାସ୍ତାର ସଙ୍କନତା କୁ ହଟାଇ ରାଜ୍ୟର ଆର୍ଥିକ ଓ ସମାଜିକ ଉନତି କରାଈବା ଏହି ପ୍ରକଳ୍ପ ର ମୁଖ୍ୟ ଓ ଉଦେଶ୍ୟ ।

ଆଭିମୁଖ୍ୟ/ଦୃଷ୍ଟିକୋଣ:-

ଚିହଟ କରାଯାଉଥିବା ରାସ୍ତାଗୁଡ଼ିକର ଅଭାବ ଦୂରୀକରଣ ନିମନ୍ତେ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଲକ୍ଷସଧନରେ:-

  1. ଏକ ସଶକ୍ତି ପାରିପରଶୁକ ଓ ସମଜିକ ଉପାୟରେ ରାଜ୍ୟ ର ପ୍ରମୁଖ ରାଶତଗୁଡ଼ିକର କାର୍ଯ୍ୟଦକ୍ଷତା, ନିରାପତା ଓ ଧାରଣ ଶକ୍ତି ବୃଦ୍ଧି କରିବା
  2. ଅନୁକୂଳ ନୀତି ଆନୁସ୍ତନିକ ଓ ଶାସିତ ପ୍ରନାଳିରେ ରାସ୍ତାଗୁଡିକର ରକ୍ଷଣାବେକ୍ଷଣ ,ଅନୁଦାନ ଓ ନିରପତା ବୃଦ୍ଧି କରାଇବା ନିମନ୍ତେ ଓଡିଶା ସରକାରଙ୍କୁ ସହାୟତା ପ୍ରଦାନ କରିବା

ଓଡିଶା ସରକାରଙ୍କର ପୂର୍ତ୍ତବିଭାଗ ଅଧୀନରେ ବିଶ୍ଵବ୍ୟାଙ୍କ ସହାୟତାରେ ଓଡିଶା ସଡକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଅଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ନିର୍ଦ୍ଦିଷ୍ଟ କେତୋଟି ଆଭ୍ୟନ୍ତରୀଣ ପରିବହନ କ୍ଷେତ୍ରରେ ପରିଦୃଷ୍ଟ ଅସୁବିଧାଗୁଡ଼ିକର ଦୂରୀକରଣ ଏବଂ ଓଡିଶା ରାଜ୍ୟର ପରିବହନ କ୍ଷେତ୍ରରେ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ନିମନ୍ତେ ପୁଂଜିନିବେଶ । ପ୍ରକଳ୍ପ ପରିଚାଳନା ୟୁନିଟର ମୁଖ୍ୟ ହେଉଛନ୍ତି , ୟୁନିଟ – V ସ୍ଥିତ ନିର୍ମାଣ ସୌଧରେ ଅବସ୍ଥାପିତ ମୁଖ୍ୟ ଯନ୍ତ୍ରୀ (ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ) ।
ଏହି ପ୍ରସ୍ତାବଗୁଡିକ ଏସ.ଏଲ. ପି.ଏମ.ସି. ଅନ. ଇ.ଏ.ପି (ରାଜ୍ୟ ସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି, ବାହ୍ୟ ସହାୟତା ପ୍ରାପ୍ତ ପ୍ରକଳ୍ପ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ତା. 20.01.2005ରିଖରେ ଗଠିତ ) ଦ୍ଵାରା ଅନୁମୋଦିତ ହୋଇଅଛି ।  ଏହି ପ୍ରାରମ୍ଭିକ ପ୍ରସ୍ତାବଗୁଡିକ ମଧ୍ୟରେ 27 ଗୋଟି ସଡକ ପ୍ରକଳ୍ପ ବିଶ୍ଵବ୍ୟାଙ୍କ ପରିଯୋଜନା ଏବଂ ଅନ୍ୟ 14 ଗୋଟି ଜେ.ବି.ଆଇ.ସି. ପରିଯୋଜନର ଅନ୍ତର୍ଭୁକ୍ତ । ଜେ.ବି.ଆଇ.ସି. ଅନ୍ତର୍ଗତ ପ୍ରକଳ୍ପର 805 କି.ମି. ରାଜ୍ୟ ସଡକ ନିର୍ମାଣ ନିମନ୍ତେ 715.34 କୋଟି ଏବଂ ବିଶ୍ଵବ୍ୟାଙ୍କ ଅନ୍ତର୍ଗତ ପ୍ରକଳ୍ପର 2197 କି.ମି. ପାଇଁ 1642.44 କୋଟି ଖର୍ଚ୍ଚ ଅଟକଳ ପ୍ରସ୍ତାବିତ ହୋଇଛି ।
ଭାରତ ସରକାରଙ୍କ ଦ୍ଵାରା ପରିଷ୍କରଣ ପରେ ବିଶ୍ଵବ୍ୟାଙ୍କର ଏକ ଚିହ୍ନଟକାରି ଦଳ , ଡକ୍ଟର ବିନ୍ୟାମ ରେଜା (ଉଦ୍ଦେଶ୍ୟ ନିଯୋଜିତ ଦଳର ମୁଖ୍ୟ), ଏ.କେ.ସ୍ୱାମୀନାଥନ (ବରିଷ୍ଠ ପରିବହନ ବିଶେଷଜ୍ଞ), ମହମ୍ମଦ ହାସାନ ( ବରିଷ୍ଠ ସାମାଜିକ ଉନ୍ନୟନ ବିଶେଷଜ୍ଞ ) ଏବଂ ଆର୍ନଷ୍ଟ ହନିଙ୍ଗ(ଆନୁଷ୍ଠାନିକ ଉନ୍ନୟନ ପରାମର୍ଶଦାତା ) ପ୍ରସ୍ତାବିତ ଓଡିଶା ରାଜ୍ୟ ସଡକ ପ୍ରକଳ୍ପର କାର୍ଯ୍ୟରମ୍ଭ ନିମନ୍ତେ ଅପ୍ରେଲ 14-22, 2005 ମସିହାରେ ଓଡିଶା ପରିଦର୍ଶନରେ ଆସିଥିଲେ । ଓଡିଶା ସରକାରଙ୍କ ସଂପୃକ୍ତ କର୍ମଚାରୀ ଏବଂ ଓଡିଶା ପୂର୍ତ୍ତ ବିଭାଗର ବରିଷ୍ଠ ପରିଚାଳକଙ୍କ ସହ ବିଶ୍ଵ ବ୍ୟାଙ୍କ ମିଶନର ସାକ୍ଷାତ ପରେ ସେମାନେ ପ୍ରସ୍ତାବିତ କେତେକ ସଡକର କ୍ଷେତ୍ର ପରିଦର୍ଶନ କରିଥିଲେ ।

ଅର୍ଥ ବିଭାଗ ସହ ବିଶ୍ଵବ୍ୟାଙ୍କ ମିଶନ ଦଳ ଯୋଜନାର ବ୍ୟବସ୍ଥାଗୁଡିକ ଏବଂ ଆବଶ୍ୟକୀୟ ପ୍ରତିପକ୍ଷୀୟ ଅର୍ଥ ଲଗାଣ ବିଷୟରେ ଆଲୋଚନା କରିଥିଲେ ।

ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ବିଶ୍ଵବ୍ୟାଙ୍କ ନିମ୍ନମତେ ସହମତି ପ୍ରଦାନ କରିଥିଲେ:-

  1. ସଡକ ଭିତ୍ତିଭୂମିର ବିକାଶ ପ୍ରକଳ୍ପ ପାଇଁ 1200 କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ହୋଇଥିବା କ୍ଷେତ୍ରରେ ରାଜ୍ୟ 200 କୋଟି ଟଙ୍କା ପ୍ରତିପକ୍ଷ ହିସାବରେ ବିନିଯୋଗ କରିବ । ବିଶ୍ଵବ୍ୟାଙ୍କର ଋଣର ସର୍ବୋଚ୍ଚ ସୀମା 22.5 ମିଲିୟନ ଡ଼ଲାର ରହିବା ।
  2. ଆର୍ଥିକ ମହତ୍ଵପୂର୍ଣ୍ଣ ବହୁତ ଭିଡ ରାସ୍ତା 1200 ରୁ 1400 କି.ମି. ଦୂର ସଡକ ପ୍ରକଳ୍ପରେ ଅନ୍ତର୍ଭୁକ୍ତ ହେବ ।
  3. ପରେ ଅବଶିଷ୍ଟ 3700 କି.ମି. ରାଜ୍ୟ ସଡକ ପଥଗୁଡିକ ଦ୍ଵାରା ଅର୍ଥନୈତିକ ଗୁରୁତ୍ଵ ଦୃଷ୍ଟିରୁ ନେଟୱାର୍କ ବିଶ୍ଳେଷଣ ପର୍ଯ୍ୟାୟ କ୍ରମେ ଚିହ୍ନଟ କରାଯିବ ।

ପ୍ରାଥମିକ ସ୍ତରରେ 825 କି.ମି. ବିସ୍ତୃତ ସଡକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ହେବା ପାଇଁ ଚିହ୍ନିତ ହେବ । ଏହି ସଡକଗୁଡିକ ପୂର୍ବରୁ ବନ୍ଦ ହୋଇଥିବା ପ୍ରକଳ୍ପରୁ ଚୟନ କରାଯିବ । ଏହି ଚୟନ ନିମନ୍ତେ ସମ୍ପୁର୍ଣ୍ଣ ବୈଷୟିକ – ଅର୍ଥନୈତିକ ସମ୍ଭାବନା ଆଦି ଅନୁଧ୍ୟାନ କରାଯିବ । 

  1. ଜଗତପୁର –ସାଲେପୁର-କେନ୍ଦ୍ରପଡା-ଚାନ୍ଦବାଲି-ଭଦ୍ରକ (ରାଜ୍ୟ ରାଜପଥ 9 ଏବଂ 9-କ) – 152 କି.ମି.
  2. ଭଦ୍ରକ-ଆନନ୍ଦପୁର-କରଞ୍ଜିଆ-ଟୋଙ୍ଗାବିଲ (ଯଶୀପୁର) (ରାଜ୍ୟ ରାଜପଥ 53 ଏବଂ49) – 142 କି.ମି.
  3. ଖରିଆର-ଭବାନୀପାଟନା-ମୁନିଗୁଡା-ରାୟଗଡା-କେରେଡା (ରାଜ୍ୟ ରାଜପଥ 16, 6 ଏବଂ ଏମ.ଡି.ଆର 48ଖ ) – 213 କି.ମି.
  4. ବ୍ରହ୍ମପୁର-ରାୟଗଡା (ରାଜ୍ୟ ରାଜପଥ 17 ଏବଂ 4 ) – 201 କି.ମି.
  5. ବଆଁରପାଳ - ଦଶପଲ୍ଲା (ଏମ.ଡି.ଆର 18, 18କ ଏବଂ 64) -89 କି.ମି.
  6. ଭଞ୍ଜନଗର-ଆସ୍କା (ରାଜ୍ୟ ରାଜପଥ – 7) – 38 କି.ମି.

ବିଶ୍ଵବ୍ୟାଙ୍କ ଏହି ସଡକଗୁଡ଼ିକର ସ୍ଥିତି କ୍ଷମତା ସମ୍ପର୍କରେ ଅଧୁନାତମ ଉପଲବ୍ଧ ବୈଷୟିକ –ଆର୍ଥିକ ଅନୁଧ୍ୟାନ କରିବା ପାଇଁ ଇଚ୍ଛା ପ୍ରକାଶ କରେ । ପ୍ରକଳ୍ପ ନେଟୱାର୍କ ବିଶ୍ଳେଷଣ କରିବା ପରେ, ଦ୍ଵିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ହେବା ପାଇଁ ସଡକଗୁଡିକ ଚିହ୍ନଟ ପାଇଁ ପ୍ରସ୍ତାବ ରଖେ ।
ଏଥି ନିମନ୍ତେ ଓଡିଶା ସରକାର, ନିମ୍ନ କାର୍ଯ୍ୟଗୁଡିକ ପାଇଁ ନିଜ ସମ୍ବଳରୁ ଘରୋଇ ପରାମର୍ଶଦାତା ନିୟୋଜନ କରିବେ :-

  1. ପ୍ରଥମ ପର୍ଯ୍ୟାୟଭୁକ୍ତ ସଡକଗୁଡିକର ଆର୍ଥିକ ସାଧନା କ୍ଷମତା – 1 ସଡକ
  2. ପ୍ରଥମ ପର୍ଯ୍ୟାୟଭୁକ୍ତ ଡି.ପି.ଆର. ସଡକଗୁଡିକର ସ୍ଥିତି – ଅନୁଧ୍ୟାନ – 1 ସଡକ ଏବଂ
  3. ରାଜ୍ୟର ସମସ୍ତ ସଡକ ପଥର ନେଟୱାର୍କିଂ ବିଶ୍ଳେଷଣ ଏବଂ ଦ୍ଵିତୀୟ ପର୍ଯ୍ୟାୟଭୁକ୍ତ ହେବ ପାଇଁ ସଡକଗୁଡିକର ଚିହ୍ନଟୀକରଣ ।

ଏହି କାର୍ଯ୍ୟଲଯ ପୁତ୍ତ ବିଭାଗ ଆଧିନସ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରି(ନିର୍ମାଣ) ନିର୍ମାଣ ସୌଧ ଓଡିଶାରେ କାର୍ଯ୍ୟ ସମ୍ପାଦିତ କରେ ଏହା ଓଡିଶା ସରକାରକ ଅଫିସ ଅର୍ଡର no FE-I(M)-8/05-22404 ତା 21.11.05 ରେ ସ୍ଥାପିତ ହୋଇଥିଲା। 322.5 ନିୟୁତ ଆମେରିକୀୟ ଡଲାରର ଏକ ପ୍ରକଳ୍ପ ନିମନ୍ତେ ବିଶ୍ଵବ୍ୟାଙ୍କ ସହ ଡ଼ା 27.01.2009 ରେ ଏକଚୁକ୍ତି ହୋଇଥିଲା ସେଥିରୁ 250 ନିୟୁତ ଆମେରିକୀୟ ଡଲାର ତ 5.04.2009 ରେ ରୁଣ କାର୍ଯ୍ୟକାରୀ ହୋଇଥିଲା ବାସ୍ତବ ପ୍ରକଳ୍ପ ର ସମୟ ଆବଧୀ 2008-2014 ଯାହାକୁ ଜୁନ-2016 ପଜ୍ୟନ୍ତ ବୃଦ୍ଧି କରାଯାଇଛି।

ବିଶ୍ଵବ୍ୟାଙ୍କର ଉଦ୍ଦେଶ୍ୟ:-
1480 କୋଟି ଟଙ୍କା (ଆମେରିକୀୟ ଡଲାର – 315 ନିୟୁତ ) ଖର୍ଚ୍ଚରେ  1200 ରୁ 1400 କି.ମି. ଦୀର୍ଘ ରାଜ୍ୟ ସଡକ ନିର୍ମାଣ ପ୍ରକଳ୍ପର ବିକାଶ ନିମନ୍ତେ ବିଶ୍ଵବ୍ୟାଙ୍କର ସହମତି, ଏହି ପ୍ରକଳ୍ପରେ ବିଶ୍ଵବ୍ୟାଙ୍କ 1175 କୋଟି (250 ନିୟୁତ ଆମେରିକୀୟ ଡଲାର ) ଏବଂ ପ୍ରତିପକ୍ଷ ଅଂଶ 305 କୋଟି (65 ନିୟୁତ ଆମେରିକୀୟ ଡଲାର ) ବିନିଯୋଗ କରିବେ ।
ବିଶ୍ଵବ୍ୟାଙ୍କ ପୁନର୍ବାର 2005 ସେପ୍ଟେମ୍ବରରେ ଓଡିଶା ଆସି , ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତାବିତ ସାଡକଗୁଡିକ ଅନୁଧ୍ୟାନ କରି, କେଉଁ ସଡକଗୁଡିକ ପ୍ରଥମ ପର୍ଯ୍ୟାୟଭୁକ୍ତ ହେବେ ତାହା ଚୁଡାନ୍ତ କରିଥିଲେ । ସେହି ଗସ୍ତ ସମୟରେ ଆନ୍ତର୍ଜାତୀୟ ସହଯୋଗୀ ବ୍ୟାଙ୍କ, ଜାପାନ (ଜେ.ବି.ଆଇ.ସି.) ର ପ୍ରସ୍ତାବ ଭାରତ ସରକାରଙ୍କ ବହିର୍ବିଭାଗର ଅନୁମୋଦନ ପାଇ ନ ଥିଲା ।
ଉଦେଶ୍ୟ ସାଧନ ଦିଗରେ କାର୍ଯ୍ୟ ସମ୍ପାଦନ:-

ମୁଖ୍ୟ ଯନ୍ତ୍ରୀ(ବିଶ୍ଵବ୍ୟାଙ୍କ)କ ତତ୍ୟବଧାନରେ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ପ୍ରକଳ୍ପ ପରିଚାଳନା ବିଭାଗ କରିଥିବା ରାସ୍ତା ଗୁଡିକୁ ପ୍ରସ୍ତିକରଣ,ମଜୁବୁତକାରଣ ଓ ଉନତିକରଣ ଆଦି ବିଶ୍ଵବ୍ୟାଙ୍କର ଅର୍ଥ ଅନୁମୋଦନରେ ନିୟନ୍ତ୍ରଣ କରାଯାଉଛି। ନିମ୍ନଲିଖିତ ରାସ୍ତାଗୁଡିକର ଉନତିକରଣ କାର୍ଯ୍ୟ ଚାଲି ରହିଛି।

  • P01A ଭବାନୀପାଟନା ରୁ ଖରୀର ରାସ୍ତା-2/000 27/200 କି.ମି.ରାସ୍ତା
  • P01B HFL ବ୍ରିଜ ଓଭାର ରିଭାର ତେଲ ଓ ଏପ୍ରୋଚ- 27/200 30/000 କି.ମି.
  • P02 ଚାନ୍ଦବାଲି-ଭଦ୍ରକ-ଆନନ୍ଦପୁର ରାସ୍ତା-0/000 ରୁ 45/000 କି.ମି. SH-9 ଓ 0/000 ରୁ 43/000 କି.ମି.SH-53
  • P03-ବରହମପୁର-ତପ୍ତପାଣି ରାସ୍ତା-0/000 ରୁ 41/210 କି.ମି. SH-17
  • P04A1-ଜଗତପୁର-ନିଶ୍ଚିନ୍ତକୋଇଲି ରାସ୍ତା-0/000 ରୁ 25/000 କି.ମି. MDR
  • P04A2- ନିଶ୍ଚିନ୍ତକୋଇଲି - ଢୁହୁରିଆ -25/000 ରୁ49/000 କି.ମି. MDR
  • P04B- ଢୁହୁରିଆ-ଚାନ୍ଦବାଲି ରାସ୍ତା-49/000 ରୁ 99/000 କି.ମି.ଓ 45/000 ରୁ 51/500 କି.ମି. (SH-9).
ପ୍ରମୁଖ କାର୍ଯ୍ୟ:-

ବିଶ୍ଵବ୍ୟାଙ୍କ ସହାୟତାରେ ଓଡିଶା ରାଜ୍ୟ ସରକାର ଓ ବିଶ୍ଵବ୍ୟାଙ୍କ ର ନିର୍ଦେଶବଳୀ ଅନୁସାରେ ଓଡିଶା ରାଜ୍ୟସଡକ ପ୍ରକଳ୍ପ ଜରିଆରେ ନିରୂପଣ କରାଯାଇଥିବା ରାସ୍ତା ଗୁଡିକର ସାମଗ୍ରିକ ଉନ୍ନତିକରଣ ଓ ପରିଚାଳନା ମୁଖ୍ୟ ଯନ୍ତ୍ରୀ(ବିଶ୍ଵବ୍ୟାଙ୍କ)କ ପ୍ରଧାନ କାର୍ଯ୍ୟ ଅଟେ। ନିର୍ମାଣ କାର୍ଯ୍ୟର ପରିଚାଳନା, ଉପଯୋଗୀ ସ୍ଥାନାନ୍ତିକରଣ ର ସ୍ଥିତି ପରିଚାଳନା,ଜମି ଅଧିକାରଣ ସ୍ଥିତି ପରିଚାଳନା,ପୁନବାସ ଓ ସ୍ଥାନାନ୍ତିକରଣ କାର୍ଯ୍ୟ ର ପରିଚାଳନା, ଓଡିଶା ବନ ବିଭାଗ ଅଧିନରେ ବୃକ୍ଷରୋପଣ ଓ ବୃକ୍ଷହାଣ ଆଦି ତଦାରଖ କରିବା କାର୍ଯ୍ୟନିର୍ବାହ ପୂର୍ବରୁ ପ୍ରାଜ୍ୟ ପର୍ଜ୍ୟବରଣ ଓ ପ୍ରଦୂଷଣ ନିୟତ୍ରଣ ମଣ୍ଡଳର ଅନୁମତି କ୍ରମେ ପ୍ରକଳ୍ପର ସଫଳ ପରିଚାଳନା ଆଦି ସାମଗ୍ରିକ ପରିଚାଳନା ଅନ୍ତ୍ରଭୁକ୍ତ। ମୁଖ୍ୟ ଦସ୍ତାବିଜ-ପେଡ ପ୍ରକଳ୍ପଚୁକ୍ତି। ଆର୍ଥିକ ପରିଚାଳନା ନିୟମାବଳୀ ।

ପ୍ରଦାନ କରାଯାଉଥିବା ସେବାର ବିବରଣୀ:-

ଉପର ଲିଖିତ ରାସ୍ତାଗୁଡିକର ସ୍ଥିତି ନିମ୍ନରେ ପ୍ରଦାନ କରାଗଲା

ସାର୍ବଜନୀନ ସଭାଗିତା ନିମନ୍ତେ ବ୍ୟବସ୍ଥା

  1. ୱେବସାଇଟ(www.osrp.gov.in)ରେ ପ୍ରକଳ୍ପର ସୂଚନା ଦେବା ଓ ନିୟମିତ ଏହାକୁ ତଦାରଖ କରିବା, ନାଗରିକ ମାନକ ମତାମତ କୁ ବୁଝିବା।
  2. ନାଗରିକ ମାନେ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ସମ୍ପର୍କିତ ଅଭିଯୋଗଗୁଡିକୁ ପୂର୍ତ୍ତବିଭାଗର ଅଭିଯୋଗ ପରିଚାଳନା ଅଧିକାରୀ ବା ମୁଖ୍ୟ ଭିଜିଲେନ୍ସ ଅଧିକାରୀକ ନିକଟରେ ପ୍ରଦାନ କରିପାରିବା ।
  3. ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ଲୋକଙ୍କୁ ପୁନର୍ବାସ କାର୍ଯ୍ୟପନ୍ଥା ଆନୁସରେ ସ୍ଥାନିୟ ରାଜ୍ୟ ଜିଲାଧିକ୍ଷ ଓ ପୁନର୍ବାସ ଓ ଗୌତବିକାଶ ଅଧିକାରୀକ ନିକଟରେ ଅଭିଯୋଗ ପ୍ରଦାନ କରିପାରିବ।
  4. ପ୍ରକଳ୍ପ ପାଇଁ ଭଡାରେ ଅଣସରକାରୀ ଅନୁଷ୍ଠାନଗୁଡିକୁ ଆଣି ସେମାନକ ପାଇଁ ଏଡସ ଓ ରାସ୍ତା ନିରାପତା ଶିବିରରେ ସାର୍ବଜନୀନ ସହଭାଗୀତାର ପରିକଳ୍ପନା କରାଯାଇଛି।
ଅଭିଯୋଗ ପ୍ରତିକାର କ୍ରିୟାବିଧି:-

ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ସମ୍ପର୍କିତ ଅଭିଯୋଗ ବା ଜଣ ଅସନ୍ତୋଷ ପୂର୍ତ୍ତବିଭାଗର ଯନ୍ତ୍ରୀମୁଖ୍ୟ/ ମୁଖ୍ୟ ଯନ୍ତ୍ରୀ (ନିର୍ମାଣ),ନିର୍ମାଣ ସୌଧ,ମୁଖ୍ୟ ଯନ୍ତ୍ରୀ (ବିଶ୍ଵ ବ୍ୟାଙ୍କ) କୁ ଜଣେଇପାରିବେ, ଅଭିଯୋଗଗୁଡିକର ଇମେଲ:pmuosrp@gmail.com ଜରିଆରେ ମୁଖ୍ୟ ଯନ୍ତ୍ରୀ (ବିଶ୍ଵ ବ୍ୟାଙ୍କ)କୁ ପଠେଇପାରିବେ ଓ ଅଭିଯୋଗଗୁଡିକ କେବଳ ଇମେଲ ବା ଡାକ ରେ ହି ପଠେଇପାରିବେ।

ଅଫିସ ଓ ଏହାର ଇପ ଅଫିସ ର ଠିକଣା

ମୁଖ୍ୟ ଯନ୍ତ୍ରୀ ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ,ଓଡିଶା, ନିର୍ମାଣ ସୌଧ,କେଶରୀ ନଗର,ଇଉନିଟ-5,ଭୁବନେଶ୍ବର-୭୫୧୦୦୧, ଫୋନ:+୯୧-୬୭୪-୨୩୯୬୭୮୩, ଫ୍ଯାକ୍ସ-+୯୧-୬୭୪-୨୩୯୦୦୮୦, ଇମେଲ:pmuosrp@gmail.com

କାର୍ଯ୍ୟ ସମୟ :-

(ସମସ୍ତ ସରକାରୀ କାର୍ଯ୍ୟ ଦିବସରେ)

ପ୍ରାରମ୍ଭ ସମୟ-ଦିନ ୧୦.୦୦

ଶେଷ ସମୟ-ସନ୍ଧ୍ୟା ୫.୦୦

ସାଙ୍ଗଠନିକ ସରଞ୍ଚନା:-

ମୁଖ୍ୟ ଯନ୍ତ୍ରୀ (WBP)କ ଅଧୀନରେ କାର୍ଯ୍ୟରତ ରାଜ୍ୟସ୍ତରୀୟ ପ୍ରକଳ୍ପ ପରିଚାଳନା ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଆର୍ଥିକ ସହାୟକ, ବରିଷ୍ଟ ଡି ଈ ଓ,,ଉପ ସଚିବ,ସହ ନିର୍ବାହୀ ଯନ୍ତ୍ରୀ, ଉପ ବନ ସରକ୍ଷକ, ସାମାଜିକ ବିକାଶ ବିଶେଷକ, ସାମାଜିକ ବିକାଶ ଉପଦେଷ୍ଟା ଓ ଏମାନେ କର୍ମକର୍ତା ମାନକୁ ପ୍ରକଳ୍ପର ସୂଚାରୁରୂପେ ଦେଖା ରେଖା ଓ ପରିଚାଳନା ପାଇଁ ସମର୍ଥନ କରନ୍ତି।

Photo Gallery

OSRP

Contact Us

ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦