Alert : Javascript is disabled. To View this Website, Please Enable Your Browser's Javascript...

ଏଲ.ଏ. ଆକ୍ଟ

You are here

ଭୂ ଅର୍ଜନ ଅଧିନିୟମ : ବୈଧ ବ୍ୟକ୍ତିଗତ ସମ୍ପତ୍ତି ଅଧିକାରୀଙ୍କ ପାଇଁ ଭୂ ଅର୍ଜନ ଅଧିନିୟମ , 1984 ଅନୁଯାୟୀ ଭୂମି ଅର୍ଜନ କରା ଯାଇଥାଏ । କେବଳ ଜାମ୍ମୁ ଓ କାଶ୍ମୀର ବ୍ୟତୀତ ଏହି ଭୂ ଅର୍ଜନ ଅଧିନିୟମ ଭାରତକୁ ସବୁ ରାଜ୍ୟ ପାଇଁ ପ୍ରଯୁଜ୍ୟ ।

ଏହି ଭୂ ଅର୍ଜନ ଅଧିନିୟମ , 1894 ଅନୁସାରେ:

ଧାରା ୩କ : ଜମିର ପ୍ରାଥମିକ ସର୍ବେକ୍ଷଣ ଓ ଅଧିକାରୀମାନଙ୍କୁ ସର୍ବେକ୍ଷଣ କ୍ଷମତା ପ୍ରଦାନ ।

ସାଧାରଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଯେ କୌଣସି ଜମି ସ୍ଥିର କରିବାର ଉଦ୍ଦେଶ୍ୟ ହେଉଛି , ରାଜ୍ୟ ସରକାରଙ୍କର ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅଧିକାରୀ କିମ୍ବା ରାଜ୍ୟ ସରକାରଙ୍କର ସ୍ଵୀକୃତିପ୍ରାପ୍ତ ଯେ କୌଣସି ଅଧିକାରୀ ନିମ୍ନାମତେ କାମ କରିବେ :

  • ମାମଲା ଭିତରକୁ ଯାଇ ସର୍ବେକ୍ଷଣ ସଞ୍ଚାଳନ କରିବେ ।
  • ଜମିର ସ୍ତରକୁ ବିଚାରକୁ ନେବେ । ସେହି ସ୍ତରକୁ ଚିହ୍ନଟ କରିବେ। ଯଦି କିଛି ଶସ୍ୟ , ବୁଦା କିମ୍ବା ବାଡ ଥାଏ , ତାକୁ କାଟି ସଫା କରେଇବେ ।
  • ଏହି ଉଦ୍ଦେଶ୍ୟରେ ଜମି ଉପଯୁକ୍ତ କି ନୁହେଁ ତାକୁ ସ୍ଥିର କରିବେ ।

ଧାରା ୪ : ପ୍ରାଥମିକ ଅଧିସୂଚନା ପ୍ରକାଶନ

ଯେତେବେଳେ ଉପଯୁକ୍ତ ସରକାରୀ ଅଧିକାରୀ ଦେଖନ୍ତି ଯେ ଏହି ଜମି ସାଧାରଣ ଉଦ୍ଦେଶ୍ୟରେ ଆବଶ୍ୟକ , ସେହି ହିସାବରେ ଗୋଟିଏ ଅଧିସୂଚନା ଭୂ ଅର୍ଜନ ଅଧିନିୟମ , 1894 ଧାରା 4(I ) ଅନୁଯାୟୀ ( ଯାହାକି 1984ରେ ସଂଶୋଧିତ ହୋଇଥିଲା ) ନିର୍ଗମନ କରାଯିବ । ଏହି ଅଧିସୂଚନା ଦୁଇଟି ଆଞ୍ଚଳିଇକ ସମ୍ବାଦପତ୍ରରେ ମଧ୍ୟ ପ୍ରକାଶିତ ହେବ । ତନ୍ମଧ୍ୟରୁ ଗୋଟିଏ ଆଞ୍ଚଳିକ ଭାଷାରେ ହୋଇଥିବା ଆବଶ୍ୟକ । ଏହା ସହିତ ଜିଲ୍ଲାପାଳ ମଧ୍ୟ ସେହି ଅଞ୍ଚଳର ଗୋଟିଏ ସରବରଜନ ସମ୍ମତ ଜାଗାରେ ଏହି ଅଧିସୂଚନାକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରେଇବେ । ଏହି ଅଧିସୂଚନା ପ୍ରକାଶ ତାରିଖକୁ ଅଧିସୂଚନାର ତାରିଖ ବୋଲି ଗ୍ରହଣ କରାଯାଏ ।

ରାଜ୍ୟ ସରକାରଙ୍କର ପୂର୍ତ୍ତ ବିଭାଗରେ ଥିବା ଅଧିକାରୀ କିମ୍ବା ରାଜ୍ୟ ସରକାରଙ୍କ ସ୍ଵୀକୃତି ପ୍ରାପ୍ତ ଯେ କୌଣସି ଅଧିକାରୀଙ୍କ ଦ୍ଵାରା ଏହା ନିୟମଭୁକ୍ତ ଅଟେ ଯେ :

  • ମାମଲା ଭିତରକୁ ଯିବେ, ସର୍ବେକ୍ଷଣ କରିବେ ଓ ଜମିର ସ୍ତର ନିର୍ଦ୍ଧାରଣ କରିବେ ।
  • ଜମିକୁ ଖୋଳିବେ କିମ୍ବା ଗାତ ପ୍ରସ୍ତୁତ କରିବେ ।
  • ପ୍ରସ୍ତାବିତ ଅଧିକୃତ ଜମିରେ ପାଚେରୀ ନିର୍ମାଣ କରିବେ ।
  • ଜମି ଚିହ୍ନଟ କରି ଏବଂ ବାଡକୁ କାଟି ଦେଇ ସ୍ତର ନିର୍ଦ୍ଧାରଣ କରିବେ ଓ ପାଚେରୀ ନିର୍ମାଣ କରିବେ ।

ଧାରା 5 :ଅଭିଯୋଗ ଶୁଣାଣି

ଧାରା ୪ (1) ଅଧୀନରେ ଅନ୍ତର୍ଭୁକ୍ତ ଜମି ପ୍ରତି ଆଗ୍ରହୀ ଯେ କୌଣସି ବ୍ୟକ୍ତି ଅଧିସୂଚନା ପ୍ରକାଶ ହେବାର ଏକ ମାସ ମଧ୍ୟରେ ଧାରା 5(1) ଅନୁଯାୟୀ ଅଭିଯୋଗ ଦାଖଲ କରିପାରିବେ । ଏହି ଅଭିଯୋଗ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଦିଆଯିବ । ଅଭିଯୋଗକାରୀ ସ୍ଵୟଂ କିମ୍ବା ତାଙ୍କର ପ୍ରାଧୀକୃତ ବ୍ୟକ୍ତି ତାର ମାମଲାକୁ ଉପସ୍ଥାପନା କରିବା ପାଇଁ ସୁଯୋଗ ପାଇବେ । ଅଭିଯୋଗ ଶୁଣାଣି ପରେ ଏବଂ ତଦନ୍ତ ପରେ ଯଦି ଆବଶ୍ୟକ ମନେ କରନ୍ତି, ତେବେ ଜିଲ୍ଲାପାଳ ଧାରା 5(2) ଅନୁଯାୟୀ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ ପ୍ରକ୍ରିୟାର ନଥି ସହ ଏକ ବିବୃତି ପ୍ରଦାନ କରିବେ । ସମ୍ପୃକ୍ତ ସରକାରୀ ଅଧିକାରୀଙ୍କର ନିଷ୍ପତ୍ତି ହିଁ ଚୁଡାନ୍ତ ।  

ଧାରା ୬: ସର୍ବସାଧାରଣ ନିମନ୍ତେ ଜମି ଆବଶ୍ୟକ ବୋଲି ଘୋଷଣା

ଜିଲ୍ଲାପାଳଙ୍କ ଦ୍ଵାରା ଧାରା 5(2) ପ୍ରଦତ୍ତ ବିବୃତିକୁ ଆଧାର କରି ଯଦି ସରକାରଙ୍କର ସନ୍ତୋଷଜନକ ହୃଦବୋଧ ହୁଏ ଯେ ସାଧାରଣ ଉଦ୍ଦେଶ୍ୟରେ ଆବଶ୍ୟକ ସେହି ଜମିକୁ ଧାରା 6(1) ରେ ସରକାରୀ ଗେଜେଟରେ ନିର୍ଗମନ କରାଯାଏ । ଏହି ଅଧିସୂଚନା ଦୁଇଟି ଆଞ୍ଚଳିକ ସମ୍ବାଦପତ୍ରରେ ମଧ୍ୟ ପ୍ରକାଶିତ ହେବ । ତନ୍ମଧ୍ୟରୁ ଗୋଟିଏ ଆଞ୍ଚଳିକ ଭାଷାରେ ହୋଇଥିବା ଆବଶ୍ୟକ । ଏହା ସହିତ ଜିଲ୍ଲାପାଳ ମଧ୍ୟ ସେହି ଅଞ୍ଚଳର ଗୋଟିଏ ସର୍ବଜନ ସମ୍ମତ ଜାଗାରେ ଏହି ଅଧିସୂଚନାକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରେଇବେ । ଏହି ଘୋଷଣାରେ ସରକାରଙ୍କ ସମ୍ପୃକ୍ତ ସଚିବଙ୍କ ସ୍ଵାକ୍ଷର ଥିବା କିମ୍ବା ସେହି ଆଦେଶକୁ ପ୍ରମାଣିକୃତ କରିବା ପାଇଁ ଯେ କୌଣସି ଅଧିକାରୀ ପ୍ରାଧିକୃତ ହୋଇଥିବା ଆବଶ୍ୟକ । ଧାରା 4(1) ରେ ବିଭିନ୍ନ ଜମି ପାଇଁ ଭିନ୍ନ ଭିନ୍ନ ଘୋଷଣା ହେବା ଆବଶ୍ୟକ ।

ଧାରା 4(1) ରେ ଘୋଷିତ ଅଧିସୂଚନାର 1 ବର୍ଷ ଅବଧି ପରେ ସାଧାରଣ ଉଦ୍ଦେଶ୍ୟରେ ଆବଶ୍ୟକ କୌଣସି ଜମି ଘୋଷିତ ହୋଇପାରିବ ନାହିଁ  ।

ଧାରା ୭ : ଅଧିଗ୍ରହଣ ନିମନ୍ତେ ଜିଲ୍ଲାପାଳଙ୍କ ଆଦେଶ

ଯେତେବେଳେ ବି ଧାରା 6(1) ଅନୁଯାୟୀ ଜମିକୁ ସାଧାରଣ ଉଦ୍ଦେଶ୍ୟରେ ଘୋଷଣା କରାଯିବ , ଉପଯୁକ୍ତ ସରକାର କିମ୍ବା ସରକାରଙ୍କ ତରଫରୁ ଯେ କୌଣସି ଅଧିକାରୀ ଜିଲ୍ଲାପାଳଙ୍କୁ ଜମି ଅଧିଗ୍ରହଣ କରିବା ନିମନ୍ତେ ଆଦେଶ ଦେଇ ପାରିବେ ।

ଧାରା ୮ : ଅଧିକୃତ ହେବାକୁ ଥିବା ଜମିର ଚିହ୍ନଟ

ଯଦି କୌଣସି ଜମି ଧାରା 4 ଅନୁଯାୟୀ ଚିହ୍ନଟ ହୋଇ ନାହିଁ କିମ୍ବା ମାପ କରାଯାଇ ନାହିଁ , ତେବେ ଜିଲ୍ଲାପାଳ ସେହି ଜମିକୁ ଚିହ୍ନଟ ଓ ମାପ କରେଇ ପାରିବେ ।

ଧାରା ୯ : ଆଗ୍ରହୀ ବ୍ୟକ୍ତିଙ୍କୁ ବିଜ୍ଞପ୍ତି  

ଜିଲ୍ଲାପାଳ ଧାରା 9(1)ରେ ଏକ ବିଜ୍ଞପ୍ତି ପ୍ରକାଶ କରିବେ , ଯାହାକି ସର୍ବସାଧାରଣ ଜାଗାରେ କିମ୍ବା ସରକାର ନିଜ ଅଧୀନକୁ ନେବା ପାଇଁ ଚାହୁଁଥିବା ଜମି ପାଖରେ ପ୍ରଦର୍ଶିତ କରେଇବେ ଏବଂ ଏହା ଦ୍ଵାରା ସମ୍ପୃକ୍ତ ବ୍ୟକ୍ତି କ୍ଷତିପୂରଣ ଓ ଅନ୍ୟାନ୍ୟ ଲାଭ ଦାବୀ କରିପାରିବେ ।

ଏହି ବିଜ୍ଞପ୍ତିରେ ଆବଶ୍ୟକୀୟ ଜମିର ବିବରଣୀ ଥିବ ଏବଂ ସମ୍ପୃକ୍ତ ବ୍ୟକ୍ତି କିମ୍ବା ତାର ପ୍ରାଧିକୃତ ବ୍ୟକ୍ତି ଜିଲ୍ଲାପାଳଙ୍କ ସମ୍ମୁଖରେ ହାଜର ହେବାର ସମୟ ଓ ସ୍ଥାନ ଏବଂ ଜମି ସଂକ୍ରାନ୍ତୀୟ କ୍ଷତିପୂରଣ ଏବଂ ଅନ୍ୟାନ୍ୟ ଦାବୀ ଉଲ୍ଲିଖିତ ଥିବା ଏହି ଶୁଣାଣି ତାରିଖ ବିଜ୍ଞପ୍ତି ପ୍ରକାଶର 15 ଦିନ ପୂର୍ବରୁ ଦିଆଯାଇ ପାରିବ ନାହିଁ ।

ଧାରା 9(3)ରେ ଜିଲ୍ଲାପାଳ ସେହି ସମସ୍ତ ବ୍ୟକ୍ତିମାନଙ୍କୁ ବିଜ୍ଞପ୍ତି ଦେବେ , ଯେଉଁମାନେକି ଏହି ସମ୍ପତ୍ତି ପ୍ରତି ଆଶାୟୀ ଅଟନ୍ତି ।

ଯଦି ସମ୍ପୃକ୍ତ ବ୍ୟକ୍ତି ଅନ୍ୟ କୌଣସି ଜାଗାରେ ବାସ କରୁଥାଏ ଏବଂ ତାର କୌଣସି ପ୍ରାଧିକୃତ ବ୍ୟକ୍ତି ନ ଥାନ୍ତି , ତେବେ ତାର ଜଣା ଥିବା ଶେଷ ଠିକଣାକୁ ରେଜିଷ୍ଟ୍ରି ଡାକ (ଭାରତୀୟ ଡାକ ଅଧିନିୟମ 1898ର  ଧାରା 28 ଓ 29 ଅନୁଯାୟୀ )ରେ ବିଜ୍ଞପ୍ତି ପଠାଯିବ ।

ଧାରା ୧୦ : ନାମ ଏବଂ ସ୍ଵାର୍ଥ ଅନୁଯାୟୀ ବିବରଣୀ ପ୍ରସ୍ତୁତ କରି ଗ୍ରହଣ କରିବା ଏବଂ ପ୍ରବର୍ତ୍ତନ କରିବାର କ୍ଷମତା ।

ଜମି ଉପରେ ଅଧିକାର ଗ୍ରହଣ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିମାନଙ୍କର ନାମ , ସହ- ସ୍ଵତ୍ଵାଧିକାରୀ , ବନ୍ଧକୀ, ଭଡାଟିଆ ଏବଂ ସେହି ଆଶାୟୀମାନଙ୍କର ପ୍ରକାର ଓ ସେହି ସମ୍ପତ୍ତିରୁ ପ୍ରାପ୍ତ ଭଡା ଓ ଲାଭର ଏକ ବେବରଣୀ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଯେ କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ।

ଧାରା ୧୧ :ଜିଲ୍ଲାପାଳଙ୍କ ଦ୍ଵାରା ତଦନ୍ତ ଏବଂ ଅଧିନିର୍ଣ୍ଣୟ

ଜିଲ୍ଲାପାଳ ଧାରା 9 ଅନୁଯାୟୀ ଆପତ୍ତିର ତଦନ୍ତ କରିପାରିବେ , ଧାରା 8 ଅନୁଯାୟୀ ଜମିର ମାପ ଏବଂ ଧାରା 4(1) ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ଦିନ ଜମିର ମୂଲ୍ୟ ନିର୍ଦ୍ଧାରଣ କରି ପାରିବେ ଓ ନିମ୍ନୋକ୍ତ ମତେ ପ୍ରଦାନ କରିପାରିବେ :

  • ଜମିର ପ୍ରକୃତ କ୍ଷେତ୍ର
  • ଜମି ପାଇଁ କ୍ଷତିପୂରଣ
  • କ୍ଷତିପୂରଣର ବିଭାଜନ

ଏହି କ୍ଷତିପୂରଣ ଉପଯୁକ୍ତ ସରକାରୀ ଅଧିକାରୀ କିମ୍ବା ସରକାରଙ୍କ ଦ୍ଵାରା ନିଯୁକ୍ତି ଅନ୍ୟ ଯେ କୌଣସି ଅଧିକାରୀଙ୍କ ଦ୍ଵାରା ପୂର୍ବରୁ ସହମତି ନିଆଯାଇଥାଏ ।

ଧାରା ୧୨ : ଜିଲ୍ଲାପାଳଙ୍କ ଦ୍ଵାରା ଅଧିନିର୍ଣ୍ଣିୟ

ଜିଲ୍ଲାପାଳ , ଧାରା 11 ଅନୁଯାୟୀ ଘୋଷଣା ପ୍ରକାଶିତ ହେବାର 2 ବର୍ଷ ମଧ୍ୟରେ ଅଧିନିର୍ଣ୍ଣିୟ ପ୍ରଦାନ କରି ପାରିବେ । ଯଦି ଏହି ଅଧିନିର୍ଣ୍ଣିୟ ଘୋଷଣା ପ୍ରକାଶିତ ହେବାର 2 ବର୍ଷ ମଧ୍ୟରେ ନ ହୁଏ , ତେବେ ସମଗ୍ର କାର୍ଯ୍ୟ ବିଧି ଆସିଦ୍ଧ ହୋଇଯିବ । ଅବଶ୍ୟ ଯଦି ନ୍ୟାୟାଳୟ ଦ୍ଵାରା ସ୍ଥଗିତ ହୋଇଥାଏ , ତେବେ ସେହି ସମୟସୀମା ଏହି ସମୟ ଅବଧିର ଅନ୍ତର୍ଭୁକ୍ତ ହେବ ନାହିଁ ।

ଧାରା 13 : ତଦନ୍ତର ମୁଲତବି

ଯଦି ଜିଲ୍ଲାପାଳ ଉଚିତ ମନେ କରନ୍ତି , ତେବେ କିଛି ଦିନ ପାଇଁ ତଦନ୍ତକୁ ମୁଲତବୀ ରଖି ପାରିବେ । କିରାଣୀୟ ତୃଟିକୁ ସେ ଅଧିନିର୍ଣ୍ଣୟ ଘୋଷଣା ଛଅ ମାସ ଭିତରେ ଯେ କୌଣସି ଦିନ ସଜାଡି ପାରିବେ ଏବଂ ନ୍ୟାୟାଳୟର  ଆଦେଶନାମା ଅନୁଯାୟୀ ମଧ୍ୟ ଠିକ୍ କରିପାରିବେ ।

ଅଧିନିର୍ଣ୍ଣୟ ଶେଷ ହୋଇ ପରେ ଧାରା 16ରେ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ଜମି ଅଧିଗ୍ରହଣ କରିବା ପାଇଁ ଏବଂ ପ୍ରକଳ୍ପିତ ପ୍ରକଳ୍ପକୁ ହସ୍ତାନ୍ତର କରିବା ପାଇଁ କ୍ଷମତା ପ୍ରଦାନ କରାଯିବ ।

ଓଡିଶା ସରକାରଙ୍କର ଜମି ଅଧିଗ୍ରହଣ ଅଧିନିୟମ

ଓଡିଶା ସରକାର ଜମି ଅଧିଗ୍ରହଣ କରିବା ପାଇଁ ଜାତୀୟ ଭୂମି ଅଧିଗ୍ରହଣ ଅଧିନିୟମ 1894/1984କୁ ଅନୁସରଣ କରୁଛି ଏବଂ ସମୟ ସମୟରେ ଓଡିଶା ସରକାରଙ୍କୁ ଆବଶ୍ୟକୀୟ ସଂଶୋଧନ ପାଇଁ ନିମ୍ନମତେ ଦରଖାସ୍ତ କରୁଛି ।

  •  ଜମି ଅଧିଗ୍ରହଣ ( ଓଡିଶା ସଂଶୋଧନ ) ଅଧିନିୟମ 1984
  • ଜମି ଅଧିଗ୍ରହଣ (ଓଡିଶା ସଂଶୋଧନ ଓ ବୈଧୀକରଣ ) ଅଧିନିୟମ 1959

ଉପରୋକ୍ତ ଅଧିନିୟମଗୁଡିକ ଜମି ଅଧିଗ୍ରହଣ ଧାରାରେ ଉପଯୁକ୍ତ ଅଧିକାରୀମାନଙ୍କର ନାମ ପ୍ରଦାନ କରି ସରଳୀକରଣ କରିଦେଇଛି ଏବଂ କ୍ଷତି ହୋଇଥିବା ଲୋକଙ୍କର ସ୍ୱାର୍ଥକୁ ଜଗୁଆଳ ହୋଇଛି ।

Photo Gallery

OSRP

Contact Us

ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦