Alert : Javascript is disabled. To View this Website, Please Enable Your Browser's Javascript...

ଆନୁଷ୍ଠାନିକ ସଶକ୍ତିକରଣ କର୍ମ ଯୋଜନା (ଆଇ ଏସ ଏପି )

You are here

ସଡକ ଓ ସଡକ ପରିବହନ ଯୋଜନାକୁ ପରିଚାଳନା କରିବା ଦିଗରେ , ନୀତି , କ୍ଷମତା ଓ ସମ୍ବଳକୁ ସଂସ୍କାର କରିବା ପାଇଁ ଏବଂ ବୃଦ୍ଧି କରିବା ନିମନ୍ତେ ଯୋଜନାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଓଡିଶା ସରକାର ଆନୁଷ୍ଠାନିକ ଉନ୍ନତିକରଣ କୌଶଳ ଅଧ୍ୟୟନ ଆରମ୍ଭ କରୁଛନ୍ତି । ନୂତନ ଯୋଜନାର ପୂର୍ଣ୍ଣାଙ୍ଗ ଅଂଶ ଭାବରେ ଓଡିଶା ସରକାର ବିଭିନ୍ନ ପର୍ଯ୍ୟାୟରେ ନୂତନ ସଡକ ଉନ୍ନତିକରଣ ଯୋଜନା ଅବଧୀରେ ପର୍ଯ୍ୟାୟ ଭାବରେ (ISAP) ବା ପୂର୍ଣ୍ଣାଙ୍ଗ ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା କାର୍ଯ୍ୟ।ନ୍ଵିତ କରେଇଛି । ସାମ୍ପ୍ରତିକ ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା (ISAP) , ଏସଏମଇସି ସଂସ୍ଥା ଦ୍ଵାରା ପ୍ରସ୍ତୁତ ସିଦ୍ଧାନ୍ତ ଏବଂ ସୁପାରିଶ ଅନୁଯାୟୀ ବିକଶିତ ହୋଇଅଛି । ପୂର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କର ଅନୁଭୂତି ଏବଂ ଅନ୍ତରଦୃଷ୍ଟିକୁ ଆଧାର କରି ଓଡିଶା ସରକାର ଏକ ସ୍ଵତନ୍ତ୍ର " ଟ୍ୟାକ୍ସ ଫୋର୍ସ " ପ୍ରସ୍ତୁତ କରିଛି , ଯାହାକି ଓଡିଶା ସରକାର ଓ ବିଶ୍ଵ ବ୍ୟାଙ୍କର ମିଳିତ ସହଯୋଗ ପାଇଁ ପରାମର୍ଶଦାତାଙ୍କର ସହାୟତାରେ (ISAP) ର ଖସଡା ପ୍ରସ୍ତୁତ କରିବ। ସଡକ ବିଭାଗର ନିର୍ମାଣକୁ ସମଗ୍ର ବିଶ୍ଵରେ ସଂସ୍କାର ଆଣିବାର ଉଦ୍ଦେଶ୍ୟରେ ଅନ୍ୟ ବାହ୍ୟ ଓ ଆଭ୍ୟନ୍ତରୀଣ ଅଭିଯାନକୁ ଆଖି ଆଗରେ ରଖି ଓଡିଶା ସଡକ ବିଭାଗ ପାଇଁ ଆନୁଷ୍ଠାନିକ ଉନ୍ନତିକରଣ ପ୍ରାଧାନ୍ୟତା ଏବଂ କୌଶଳମାନ ବିକାଶ କରାଯାଇଛି । ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା) ସୂଚକାଙ୍କ ଏହି ପରିମାତ୍ରାରେ ଉନ୍ନତି ହେଉଛି । ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା) ର ଉନ୍ନତିକରଣ ପଦ୍ଧତି 4ଟି ପର୍ଯ୍ୟାୟରେ ସମ୍ପୁର୍ଣ୍ଣ ହୋଇଛି । .

The processes of developing ISAP were completed in 4 phases:

  1. SMEC Id (ଏସଏମ ଇସି ଆଇଡି ) କୌଶଳର ଏବଂ 2000 ମସିହାରେ ପ୍ରସ୍ତୁତ ହୋଇଥିବା ଏବଂ ସୁପାରିଶ କରାଯାଇଥିବା କାର୍ଯ୍ୟ।ନୁଷ୍ଠାନର ସମୀକ୍ଷା ସହିତ ଟ୍ୟାକ୍ସ ଫୋର୍ସର ସଦସ୍ୟମାନେ ଯାହା ବୈଧ ରହିବ ତାକୁ ଚିହ୍ନଟ କରିବେ ଓ ସାମ୍ପ୍ରତିକ ବ୍ୟାପାର ପାଇଁ ଏବଂ ଓଡିଶା ସରକାର ବିଭାଗ ପାଇଁ ଯାହା ଆବଶ୍ୟକ ତାକୁ ବୈଧ କରିବା ନିମିତ୍ତ ଚିହ୍ନଟ କରିବେ ।
  2. ବିଭିନ୍ନ ପ୍ରକାର ବୈଠକରେ ଟ୍ୟାକ୍ସ ଫୋର୍ସର ସଦସ୍ୟ ଏବଂ ବ୍ୟକ୍ତିଗତ ଦଳମାନଙ୍କ ସହ ବିଶଦ ଆଲୋଚନା ଯାହାକି ମୁଖ୍ୟ ଯନ୍ତ୍ରୀଙ୍କ ଦ୍ଵାରା ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା)ର ବିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଛି ।
  3. ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା)ର ଉନ୍ନତିକରଣ ପାଇଁ ତା. 27/04/2006ରିଖରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ହୋଇଥିବା ଷ୍ଟେକ ହୋଲଡରମାନଙ୍କର କର୍ମଶାଳାରେ ବିଭିନ୍ନ ସଡକ ବ୍ୟବହାରୀ ଦଳମାନଙ୍କ ସହ ପରାମର୍ଶ ।
  4. ଓଡିଶା ସରକାରଙ୍କର ସମ୍ପୃକ୍ତ ବିଭାଗୀୟ କମିଶନର ଓ ବରିଷ୍ଠ ସଚିବମାନଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହିତ ଚୂଡାନ୍ତ ଆଲୋଚନା ।

ଟ୍ୟାକ୍ସ ଫୋର୍ସର ନିବେଶ, ଷ୍ଟେକ ହୋଲଡରମାନଙ୍କର ଖୋଲା ବିଚାର ଏବଂ ଓଡିଶା ସରକାରଙ୍କର ଉଚ୍ଚ ସ୍ତରୀୟ ଅଧିକାରୀମାନଙ୍କର ମତାମତକୁ ନେଇ ସମ୍ପୁର୍ଣ୍ଣ ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା ) ସଂଗଠିତ ହୋଇଅଛି । ଏହା ପରିଶିଷ୍ଟ 1ରେ ଦିଆଯାଇଛି । ISAP ( ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା ) ତିନିଗୋଟି ମୁଖ୍ୟ ଉପାଦାନକୁ ନେଇ ଚୂଡାନ୍ତ ହୋଇଛି ।

  1. ବୃ ଖଣ୍ଡ କୌଶଳ
  2. ସଂଗଠନ ଓ ପରିଚାଳନା
  3. ମାନବ ସମ୍ବଳ ବିକାଶ ଓ କ୍ଷମତା ନିର୍ମାଣ । ସମସ୍ତ ୩୩ ଗୋଟି ଉଦ୍ଦେଶ୍ୟ ଏବଂ ୪୪ ଗୋଟି ମୂଳ ଫଳାଫଳ କ୍ଷେତ୍ର (KRA) ଚିହ୍ନଟ କରାଯାଇଛି , ଯାହାକି ବିଶ୍ଵର ଉତ୍ତମ ସଡକ ଏଜେନସୀ ସହ ତାଳ ଦେଇ ସଡକ ବିଭାଗ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ।
# Title Download
1 ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା ) କମିଟି  
2 ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା ) ର ଉପାଦାନ  
3 ମନ୍ତ୍ରୀମଣ୍ଡଳ ପାଇଁ ସମ୍ପୁର୍ଣ୍ଣ ISAP(ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା)  
4 ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା ) ର ମନ୍ତ୍ରୀମଣ୍ଡଳୀୟ ସମର୍ଥନ  
5 ପ୍ରଥମ ISAP (ଆନୁଷ୍ଠାନିକ ଶକ୍ତିବର୍ଦ୍ଧକ କାର୍ଯ୍ୟକାରୀ ଯୋଜନା ) ଗୋଷ୍ଠୀର କାର୍ଯ୍ୟ ବିବରଣୀ  

Please Refer Monthly Progress Report For Updates

Photo Gallery

OSRP

Contact Us

ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦